ନିଶାନ ଯାତ୍ରା ଉଦଯାପିତ

Spread the love

ସଇଁନ୍ତଲା, (ନାଗରାଜ ନ୍ୟୁଜ): ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଆଦିଶକ୍ତି ପୀଠରେ ଜିଲ୍ଲା ଆଦିବାସୀ କଲ୍ୟାଣ ତରଫରୁ ନିଶାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଦିମାତା ଧରନି ପେନୁଙ୍କୁ ପୂଜାର୍ଚ୍ଚନା ପରେ ଆଦିବାସୀମାନେ ପାରମ୍ପାରିକ ନୃତ୍ୟ, ବାଦ୍ୟ, ଗୀତ ତାଳେ ତାଳେ ଘୁନସର ଗାଁରେ ସଂସ୍କୃତିକ ଶୋଭାଯାତ୍ରା କରିଥିଲେ । ନାରେନ ଢାପ ଦଳ, ପିପିଲକାନି ଡ଼କାଦଳ ଓ ସୁରଡ଼ା ଡ଼କା ପାଟି ସହିତ ସଇଁନ୍ତଲା ବ୍ଳକର ଡ଼କାଦଳ ଯୋଗ ଦେଇଥିଲେ । ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ପରେ ଆଦିଶକ୍ତି ପୀଠଠାରେ ନିଶାନ ଯାତ୍ରା ଅବସରରେ ପ୍ରାଚୀନ ଆଦିବାସୀ ଢାପ ନୃତ୍ୟ, ଡ଼କା ନୃତ୍ୟ, ଲୋକ ନୃତ୍ୟ, ଲୋକ ସଙ୍ଗୀତ ଓ ଲୋକ ବାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ନିଶାନ ଯାତ୍ରା ଉଦଯାପନୀ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହା ସଂଘର ମହାସଚିବ ନିରଞ୍ଜନ ବିଶି, ଉପଦେଷ୍ଟା ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧରୁଆ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କାର୍ୟ୍ୟକାରୀ ସଭାନେତ୍ରୀ ବନଲତା ମାଝୀ, ଥବିର ପୁଝାରୀ, ଈଶ୍ୱର ମିର୍ଦ୍ଧା, ସରୋଜ ପୁଝାରୀ ଓ ପୀଠର ମୁଖ୍ୟ ପୂଜକ ହୀରା ବାବା ଉପସ୍ଥିତ ଥିଲେ । ଆଦିବାସୀ ସାଂସ୍କୃତିକ, ଭାଷା, ଧର୍ମ, ଦେବାଦେବୀ ପୂଜା ପାଳିତ ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ବିଦ୍ୟା, ଶିକ୍ଷା, ଦୀକ୍ଷାର ପୁନଃଉଦ୍ଧାର କରି ଆଦିବାସୀଙ୍କ ଆଦି ପରମ୍ପରାକୁ ଉଦଜାପିତ କରିବାକୁ ଆଦିବାସୀ ନେତାମାନେ ଉଦବୋଧନ ଦେଇଥିଲେ । ଏହି କାର୍ୟ୍ୟକ୍ରମକୁ ଥବିର ପୂଝାରି ସଭା ପରିଚାଳନା କରିଥିବା ବେଳେ ଲୋକାଭିମୁଖି କରିବାକୁ ଆସନ୍ତାବର୍ଷ ଜିଲ୍ଲାସ୍ତରୀୟ ନିଶାନ ଯାତ୍ରା କରିବାକୁ ପ୍ରସ୍ତାବ କରାଯାଇଥିଲା । ପ୍ରଦୀପ ଜାଲ, ଧ୍ରୁବ ଚରଣ ପଟ୍ଟନାୟକ, ଆସିସ ସିଂ ଭୋଇ, ପଙ୍କଜ ମହାଲିଙ୍ଗ, ମୁରଲୀ ମାଝୀ, ସରୋଜ ମହାଲିଙ୍ଗ, ପୂର୍ଣ୍ଣ ମାଝୀ, ଗଙ୍ଗା ଧରୁଆ, କୌଶଲ୍ୟା ମାଝୀ, ଦୁତିକା ମାଝୀ ଓ ତୁଲାରାମ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *