କ୍ରାନ୍ତି ଦିବସ ରେ ସହିଦ ପିଣ୍ଡିକଙ୍କୁ ଶ୍ରଦ୍ଧାଞ୍ଜଳୀ

Spread the love

ଭୁବନେଶ୍ଵର, (ନାଗରାଜ ନ୍ୟୁଜ ): ୦୯/୦୮/୨୦୨୦

ପାଇକ ମାଟି ଖୋର୍ଦ୍ଧା ଗଡର ଦାରୁଠେଙ୍ଗ ଗ୍ରାମରେ ଜନ୍ମିତ ମହାନ ସଂଗ୍ରାମୀ ପାଇକ ସହିଦ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ୧୯୯ତମ ତିରୋଧାନ ଦିବସ ଅବସରରେ ତାଙ୍କୁ ନାଗରାଜ ନ୍ଯୁଜ୍‌ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ। ଆଜିର ଦେଶ ମାତୃକାର ସୁଯୋଗ୍ୟ ସନ୍ତାନ ସହୀଦ ପିଣ୍ଡିକ ବ୍ରିଟିଶ ଗୁଳିରେ ଗ୍ରାମ ପ୍ରାଣବଳୀ ଦେଇଥିଲେ। ଦିବସରେ ସଂଯୋଗବସତ ଆଜିର ଦିନକୁ ଭାରତ ସରକାର କ୍ରାନ୍ତିଦିବସ ରୂପେ ପାଳନ କରୁଛନ୍ତି ।
ସହିଦ ପିଣ୍ଡିକୁ ବାହୁବଳେନ୍ଦ୍ର ଇଂରେଜ ସରକାରଙ୍କ ବିରୋଧରେ ଦୀର୍ଘ ବର୍ଷ ପ୍ରାୟ ଲଢ଼େଇ କରିଥିଲେ। ବ୍ରିଟିସ ମାନଙ୍କ ଜିଜିଆ କର ଆଦାୟକୁ ବିରୋଧ କରି ନାକେଦମ କରି ଦେଉଥିଲେ। ତାଙ୍କୁ ସବୁଦିନ ରାସ୍ତାରୁ ହଟାଇବାକୁ ଯୋଜନା କରାଯାଇଥିଲା।
ସେତେବେଳକୁ ଇଂରେଜମାନଙ୍କ ପାଖକୁ ବନ୍ଧୁକ ଓ ଷ୍ଟିମର (ମୋଟର ଡଙ୍ଗା) ଆସିଯାଇଥିଲା । ଷ୍ଟିମର ଯୋଗେ କଟକ ପଟୁ କାଠଯୋଡି ନଦୀ ପାର ହୋଇ ଥିଲେ ।
ସେତେବେଳେ ନଦୀର ଏପଟେ ଅନେକ ଇଂରେଜ ମାନଙ୍କ ସହ ଘମାଘୋଟ ଲଢେଇର ଚାଲି ଥିଲା । ସେହି ସମୟରେ ଇଂରେଜ ବନ୍ଧୁକ ଗର୍ଜନ ଲଢେଇର ଅନ୍ତ କରିଦେଇଥିଲା ସତ ମହାନାୟକ ପିଣ୍ଡିକିଙ୍କୁ ସେଇ ବନ୍ଧୁକଗୁଳିରେ ୫ଥର ତୋପସଲାମି ଦେଇ ପ୍ରାଣ ଛାଡି ଥିଲେ ସତ ହେଲେ ସବୁଦିନ ପାଇଁ ଅଜୟ ଅମର ହୋଇ ରହିଗଲେ।
ଆଜିର କ୍ରାନ୍ତୀ ଦିବସରେ ମହାନାୟକ ଅମର ସହିଦ ପିଣ୍ଡିକ ବାହୁ ଜଳେନ୍ଦ୍ରଙ୍କୁ ପାଇକ ପରିବାର ଓଡିଶା ତରଫରୁ
ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।
ଶ୍ରୀ ହଟନାଥ ମଙ୍ଗରାଜ, ପ୍ରଦ୍ୟୁମ୍ନ ଶତପଥୀ, ଇଂ. ଶିଶିର ନାୟକ, ଅମରେନ୍ଦ୍ର ମହାପାତ୍ର, ସଂଗ୍ରାମ ଜଗଦେବ, (ଐତିହାସିକ)ସତ୍ୟବାଦୀ ବଳିୟାରସିଂହ , ସହିଦ ପିଣ୍ଡ୍ରିକଙ୍କ ପୌତ୍ର ପ୍ରଫୁଲ୍ଲ ବାହୁବଳେନ୍ଦ୍ର, ପ୍ରଫୁଲ୍ଲ ପାଟ୍ଟଶାଣୀ,ଭୀମସେନ ଖୁଣ୍ଟିଆ, ମୃତ୍ୟୁଞ୍ଜୟ ଛୋଟରାୟ, ମାନବେନ୍ଦ୍ର ମହାରଥା, ସୁରଥ ବିଶ୍ୱାଳ, ଗୋପୀନାଥ ଇନ୍ଦ୍ରଜିତ ଦଳବେହେରା,କୄଷ୍ଣ ଚନ୍ଦ୍ର ହରିଚନ୍ଦନ, ପ୍ରଫୁଲ୍ଲ ସାମନ୍ତରାୟ, ଭୀମସେନ ପ୍ରଧାନ,
କବିରାଜ ବିଧାର , ନିରୋଦ ଛୋଟ୍ଟରାୟ, ସୁବାସ ଜେନା, ମୋହନ ଦଳସିଂହରାୟ,ବିଶ୍ୱଜିତ୍ ସ୍ୱାଇଁ, ଶ୍ରୀରଂଜନ ମଙ୍ଗରାଜ,
ପ୍ରଦୀପ ବିଶ୍ୱାଳ, ମଙ୍ଗଳା ପ୍ରସାଦ ପ୍ରଧାନ, କମଳାକାନ୍ତ ମହାନ୍ତି(ଐତିହାସିକ),
ବିଚିତ୍ର ରାଉତରାୟ, ନେତାଜୀ ବିଶୋଇ ଓ ଅନାନ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ସମସ୍ତ ବ୍ୟକ୍ତିମାନେ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *