ପୁରୀରେ ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟର ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

Spread the love

ପୁରୀ, (ନାଗରାଜ ନ୍ୟୁଜ): ପୁରୀରେ ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟର ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଆଜି ପୁରୀର ଅଗ୍ରଣୀ ଅନୁଷ୍ଠାନ ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ର ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଦ୍ମବିଭୂଷଣ ଶ୍ରୀଯୁକ୍ତ ସୁଦର୍ଶନ ସାହୁ ପ୍ରଦୀପ ପ୍ରଯୋଲନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଏଥିରେ ନବେରୁ ଅଧିକ ଚିତ୍ରକଳା ଭାସ୍କର୍ଯ୍ୟ ପ୍ରଦର୍ଶିତ ହୋଇଥିଲା। ଏହାପରେ ଶ୍ରୀଯୁକ୍ତ ସୁଦର୍ଶନ ସାହୁ,ଜଗଦୀଶ ଚନ୍ଦ୍ର କାନୁନଗୋ,ଶ୍ରୀ ଚନ୍ଦ୍ରମଣି ଲେଙ୍କା,ଚନ୍ଦନ କୁମାର ଜେନା,ମଧୁସୂଦନ ମିଶ୍ର, ଜିତେନ୍ଦ୍ର କୁମାର ମିଶ୍ର ଓ ହେମନ୍ତ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସମ୍ପାଦକ ଦୂର୍ଗାମାଧବ କର ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ବିଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *