ମଧ୍ୟପ୍ରଦେଶର ବାଲାଘାଟରେ ପହଞ୍ଚିଲା ଓଡିଶା ଆଶାକର୍ମଚାରୀ ମହାସଂଘ, ସାମିଲ ଅଛନ୍ତି କୁମମଣି ଦେଇ

Spread the love

ବାଲେଶ୍ବର,(ନାଗରାଜ ନ୍ୟୁଜ): ଅଖିଳ ଭାରତୀୟ ଆଶାକର୍ମୀ ମହାସଂଘର ଦ୍ବିତୀୟ ବାର୍ଷିକ ରାଷ୍ଟ୍ରୀୟ ମହାଅଧିବେଶନ ମଧ୍ୟପ୍ରଦେଶର ବାଲାଘାଟ ଠାରେ ଅନୁଷ୍ଠିତ ହେବ । ଏହା ତା ୨୩/୪/୨୦୨୨ ରିଖରେ ଆରମ୍ଭ ହୋଇ ତା ୨୪/୪/୨୦୨୨ ରିଖ ଅର୍ଥାତ୍ ଦୁଇ ଦିନ ପାଇଁ ଚାଲିବ । ଏହି ଅଧିବେଶନରେ ଯୋଗଦେବା ନିମନ୍ତେ ଓଡ଼ିଶାରୁ ଏକ ଦଳ ଯାଇ ତା ୨୨/୪/୨୦୨୨ ରିଖରେ ବାଲାଘାଟ ଠାରେ ପହଞ୍ଚିଛି । ଏହାର ନେତୃତ୍ବ ନେଇଛନ୍ତି ରାଜ୍ୟ ଆଶାକର୍ମୀ ସଂଘର ସମ୍ପାଦିକା କମଳା ବେହେରା, ରାଜ୍ୟ ଆଶା ସଂଘର ରାଜ୍ୟ ପ୍ରଭାରୀ ମୁକ୍ତିକାନ୍ତ ସାହୁ, ରାଜ୍ୟ ବି.ଏସ. ଏନ. କାର୍ଯ୍ୟକାରିଣୀ ସଦସ୍ୟ ନିଗମାନନ୍ଦ ପଟ୍ଟନାୟକ । ଗିରିଜା ଶଙ୍କର ଆଚାର୍ଯ୍ୟଙ୍କ ନେତୃତ୍ବରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୪ ଜଣ କର୍ମକର୍ତ୍ତା ଯାଇଛନ୍ତି । ଏଥିରେ ରାଜ୍ୟ ପଦାଧିକାରୀ ମାନଙ୍କ ମଧ୍ୟରେ ବୀଣାପାଣି ଗାଗରାଇ, ବାସନ୍ତୀ ଲୋହାର, ସମୀକ୍ଷା ଗୋମାଙ୍ଗ, ମମତା ଦେବୀ, ସୁଷମା ବାରିକ, ଲତା ଦେଇ, ଲଳିତା ଦୋରା, ରଶ୍ମିତା ସାହୁ, ଜମିମା ବାଗ୍, କନିକା ମଲ୍ଲିକ, ସ୍ବର୍ଣ୍ଣ ଲତା, ସୋନାମଣି, ରୋଜି, ସଞ୍ଜୁ ନାଏକ, ଗୀତଞ୍ଜଳୀ, ଶକୁନ୍ତଳା ଗୋଚ୍ଛାୟତ, ଅପର୍ଣ୍ଣା ପ୍ରଧାନ, ରୁନିତା ପ୍ରଧାନ, ସବିତା କୁମାର ସାହୁ, କୁନି ସାମଲ, ମମତା ଦେବୀ ଏବଂ ଭାରତୀୟ ମଜଦୂର ସଂଘର ଓଡିଶା ରାଜ୍ୟ ସଂଗଠନ ସମ୍ପାଦିକା କୁମମଣି ଦେଇ ପ୍ରମୁଖ ଏଥିରେ ସାମିଲ ଅଛନ୍ତି । ପ୍ରକାଶଥାଉକି କୁମମଣି ଦେଇଙ୍କ ଘର ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ସାରକୋଣା ଗ୍ରାମରେ । ଏଥିସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଭାଇଭଉଣୀ ମାନେ ମଧ୍ୟ ଉକ୍ତ ଦଳରେ ସାମିଲ ହୋଇ ଯାଇଛନ୍ତି । ଦୁଇଦିନିଆ କାର୍ଯ୍ୟକ୍ରମ ଶେଷ କରି ଦଳ ଓଡିଶା ଫେରିଆସିବ ବୋଲି ବାଲାଘାଟରୁ କୁମମଣି ଖବର ପଠାଇଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *