ଓଡିଶା ପତ୍ରକାର ସଙ୍ଘର ରାଜ୍ୟ କାଯ୍ୟକାରିଣୀ ଓ ଆଲୋଚନା ଚକ୍ର

Spread the love

ପୁରୀ,(ନାଗରାଜ ନ୍ୟୁଜ): ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ରରେ ଆଜି ଗଣତନ୍ତ୍ରର ଅବାକ୍ଷୟ ହେଉଥିବାବେଳେ ଗଣମାଧ୍ୟମର କଣ୍ଠରୋଧ କରାଯାଉଛିା ଏପଟେ ସାମ୍ବାଦିକଙ୍କ ଏକତାର ଅଭାବ ଯୋଗୁ ସାମ୍ବାଦିକମାନେ ଶୋଷଣର ଶିକାର ହେଉଛନ୍ତି । ଏପରିକି ଅନେକ ସାମ୍ବାଦିକଙ୍କ ଇପିଏଫ କରାଯାଉନଥିବା ବେଳେ ପେନସନ ବ୍ୟବସ୍ତା ବି ନାହିଁ । ବିଶେଷକରି ତୃଣ ମୁଲସ୍ତର ରେ ସାମ୍ବାଦିକଟି ଶୋଷଣର ଶିକାର ହେଉଥିବା ବେଳେ କୌଣସି ସହାୟତା ପାଉନାହିଁ. ସାମ୍ବାଦିକଙ୍କୁ ସୁରକ୍ଷା ମଧ୍ୟ ଦିଆଯାଉନାହିଁ । ଏସବୁ ସମସ୍ୟାର ସମାଧାନ ହୋଇପାରିବ ଯଦି ସାମ୍ବାଦିକମାନେ ଏକ ହେବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ରବିବାର ଓଡିଶା ପତ୍ରକାର ସଙ୍ଘର ରାଜ୍ୟ କାଯ୍ୟକାରିଣୀ ଓ ଆଲୋଚନାଚକ୍ର ପୁରୀ ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା. ନେତା -ପ୍ରଶାସନ ଓ ସାମ୍ବାଦିକ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ପୂ୍ୱର୍ତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଯୋଗଦେଇ ବର୍ତମାନ ଗଣତନ୍ତ୍ରର ଚାରୋଟି ସ୍ତମ୍ବ ଉପରେ ମତ ରଖିବା ସହ ସାମ୍ବାଦିକମାନଙ୍କ ସମସ୍ୟା, ସୁବିଧା ସୁଯୋଗ ଓ ସରକାରୀ ଅବହେଳା ସମ୍ପର୍କରେ ଆଲୋକପାତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଶ୍ରମିକ ନେତା ମହେନ୍ଦ୍ର ପରିଡା, ଜୀବନ ବିନ୍ଦୁ କାଯ୍ୟକ୍ରମ ପୁରୀ ଜିଲ୍ଲା ସଂଯୋଜକ ଶୁଭାଶିଷ ଖୁଣ୍ଟିଆ,ପୂର୍ବତଟ ରେଳପଥ ବରିଷ୍ଟ ଲୋକସମ୍ପକ ଅଧିକାରୀ ନିରାକାର ଦାସ, ପ୍ରିୟ ଖବର ସମ୍ପାଦକ ରାଜକିଶୋର ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅନୁପମା ଦାସ, ସସ୍ମିତା ମଲ୍ଲିକ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କ ସୁରକ୍ଷା, ପେନସନ ଓ ବୀମା ରାଶି ବୃଦ୍ଧି ସମ୍ପର୍କରେ ମତ ରଖି ଥିଲେ ।
ସଙ୍ଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ରାଜ୍ୟ ସଭାପତି ଅବିନାଶ ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ରାମଦାସ ଲିମା କାଯ୍ୟକାରିଣୀ ସମ୍ପର୍କରେ ମତ ରଖି ଥିବା ବେଳେ ପୁରୀ ଜିଲ୍ଲା ସମ୍ପାଦକ ଶଙ୍କର ବେହେରା(ବାବାଜୀ) ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ସଙ୍ଘର ରାଜ୍ୟ ଉପସଭାପତି ହର ପ୍ରସାଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସାମ୍ବାଦିକଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ପୁରୀ ଜିଲ୍ଲା ସଭାପତି ବିଜୟ କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ. ଏହି କାଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଙ୍ଘର ପ୍ରତିନିଧି ଯୋଗ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *