ଓଡ଼ିଶା ନାଟ୍ୟ ଦିବସ କଳାକାରଙ୍କ ଅସ୍ମିତାର ପ୍ରତୀକ: କଳାକାର ମହାସଂଘ 

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ଓଡ଼ିଶା ନାଟ୍ୟ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ନାଟ୍ୟ ଭୀଷ୍ମ ପିତାମହ ମେଜର ରମାରମଣ ପାଢ଼ୀ, ନାଟ୍ୟକାର ଅଭୟ କୁମାର ଦାସ, ଓଡ଼ିଶା ନାଟ୍ୟ ସଂଘ ଉପ ସଭାପତି ଇଂ. ମନୋଜ ଦଂଡପାଟ, ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ମୋହନ ପତି, ପ୍ରାକ୍ତନ ସଙ୍ଗୀତ ନାଟକ ଏକାଡେ଼ମୀ ସଦସ୍ୟ ଗୀତିକାର ବିଶ୍ୱେଶ୍ୱର୍ ମହାନ୍ତି, ବରିଷ୍ଠ ଅଭିନେତା ରାଧାକୃଷ୍ଣ ଗିରି, ସମାଜ ସେବୀ ସି.ଏଚ. ସନ୍ତୋଷ କୁମାର ସୁବୁଦ୍ଧି, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ୱର୍ଲଡ୍ ୱାଚ ର ସମ୍ପାଦକ ଦିଲ୍ଲୀପ ଦାସ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ମହାସଂଘର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହିତ ଶ୍ରୀ ପଞ୍ଚମୀ ତିଥିକୁ ଓଡ଼ିଶା ନାଟ୍ୟ ଦିବସ ଭାବେ ସରକାର ଘୋଷଣା କରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ସ୍ବାଗତ ଭାଷଣ, ବରିଷ୍ଠ କଳାକାର ଜୟ କୃଷ୍ଣ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘ ମହାସଚିବ ନୃତ୍ୟଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ ।

କଳାକାରଙ୍କ ଆରାଧ୍ୟ ଦେବୀ ଶ୍ରୀ ସରସ୍ୱତୀଙ୍କ ପୂଜା, ଉଭୟ କବିସୂର୍ଯ୍ୟ ବଳଦେବ ରଥ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ତିଥି ବସନ୍ତ ପଞ୍ଚମୀକୁ ଓଡ଼ିଶା ନାଟ୍ୟ ଦିବସ ଭାବେ ପାଳନ ଅବସରରେ ଅନୁଷ୍ଠାନ ପକ୍ଷରୁ ସର୍ବଶ୍ରୀ ଲିଙ୍ଗରାଜ ବିଶୋୟୀ, ଅଧ୍ୟାପକ ପ୍ରସନ୍ନ କୁମାର ସ୍ୱାଇଁ, ନାଟ୍ୟକାର ଅଭୟ କୁମାର ଦାସ, ରାଜେନ୍ଦ୍ର ମୋହନ ପତି, ଟଙ୍କ ମଣ୍ଡଳ, ରାଧାକୃଷ୍ଣ ଗିରି, ଯୁଧିଷ୍ଠିର ନାହାକ, ପ୍ରଦୀପ କୁମାର ରଥ, ଡି. କ୍ରିଷ୍ଣା ପ୍ରମୁଖଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ ସହ ସମର୍ଦ୍ଧିତ କରା ଯାଇ ଥିଲା ।

ପୂର୍ବାହ୍ନରେ ଉଭୟ କବିସୂର୍ଯ୍ୟ ଓ କବି ସମ୍ରାଟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ମହାସଂଘ ତରଫରୁ ଏକ କଳାକାର ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା । ଲୋକ ନାଟକ ଲକ୍ଷ୍ମୀ ପୁରାଣ ପ୍ରଦର୍ଶିତ କରାଯାଇଥିଲା । ତିରୁପତି ସାହୁଙ୍କ ରଚିତ ଓ ନିର୍ଦ୍ଦେଶିତ ସଂଘମ୍ ଶରଣମ୍ ଗଛାମୀ କ୍ଷୁଦ୍ର ଚଳଚ୍ଚିତ୍ରର ସମୂହ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଶିଶୁ ଶିଳ୍ପୀ ତପସ୍ଵିନୀ ସାମନ୍ତରାୟ, ଜସ୍ମିନ୍ ସାମନ୍ତରାୟ, ଅଙ୍କିତ୍ ଆଚାର୍ଯ୍ୟ ଏବଂ ବରିଷ୍ଠ କଳାକାର କୁନୁ ବେହେରା, ପ୍ରଦୀପ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ, ସନିଆ ବେହେରା ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ନାଟ୍ୟ ବିଦ୍ୟା ବୁଦ୍ଧ ପ୍ରଫୁଲ୍ଲ ବେହେରା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବଳଦେବ ସାହୁ ଏବଂ ତାଙ୍କ ଦଳ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ବାଲେଶ୍ଵରରୁ ମହାସଂଘର ରାଜ୍ୟ ଉପସଭାପତି ନରେନ୍ଦ୍ର ପ୍ରସାଦ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ସମସ୍ତ ଉଦିୟମାନ ଯୁବକ ମାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଥିଲେ ।।

Leave a Reply

Your email address will not be published. Required fields are marked *