ବାରଙ୍ଗର ପ୍ରଥମ କୋଭିଡ଼ ମୃତ୍ୟୁ

ଭୁବନେଶ୍ୱର,୧୧। ୭(ଏନ୍‌ ନ୍ୟୁଜ୍‌) କଟକ ଜିଲ୍ଲା ବାରଙ୍ଗ ବ୍ଲକ ଦାଢ଼ାପାଟଣା ରୁ ପ୍ରଥମ କୋଭିଡ଼ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ସଂକ୍ରମିତ ଜଣକ ୨୮ ବର୍ଷୀୟ ଯୁବକ । ସେ ଏକ ଘରୋଇ ସଂସ୍ଥାର ଗାଡି ଚାଳକ ଭାବେ କାମ କରୁଥିଲେ। ସେ ଭୁବନେଶ୍ୱର କୀମସ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଗତ ରାତିରେ ସଂକ୍ରମିତ ଥିବା ଚିହ୍ନଟ ପରେ ପ୍ରଶାସନ ଦାଢାପାଟଣା ବଜାର ଓ ଗ୍ରାମକୁ ସିଲ କଲା । ଯୁବକଙ୍କ ସଂସ୍ପର୍ଷରେ ଆସିଥିବା ୧୬ ଜଣଙ୍କୁ ସଂଗରୋଧ ରହିବାକୁ ନିର୍ଦ୍ଦେଶ ଜାରୀ କଲା ପ୍ରଶାସନ। ବର୍ତ୍ତମାନ ଶୁଦ୍ଧା ବାରଙ୍ଗ ବ୍ଲକ୍ ଅଞ୍ଚଳର କୁହ୍ନେଇପଡାରୁ ଜଣେ, ବିଶିପଦାରୁ ଜଣେ ଓ ଦାଢ଼ାପାଟଣାକୁ ମିଶାଇ ମୋଟ ୩ ଜଣ ସଂକ୍ରମିତ ବାହାରିଛନ୍ତି।

Leave a Reply

Your email address will not be published.