କେନ୍ଦ୍ରାଞ୍ଚଳ ରାଜସ୍ବ ଅୟୁକ୍ତ ଓ ଜିଲ୍ଳାପାଳଙ୍କ ମାହାଙ୍ଗା ଅଞ୍ଚଳ ପରିଦର୍ଶନ।

କଟକ:ଆଜି ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ଅନିଲ କୁମାର ସାମଲ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ସହ ମାହଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ପ୍ରକଳ୍ପ ନିର୍ଦ୍ଦେଶକ, ଡି ଆର ଡି ଏ, ମହମଦ ଅବଦଲ ଅଖତର,ବ୍ଲକ ଅଧ୍ୟକ୍ଷ, ସ୍ଥାନୀୟ ତହସିଲଦାର,
ବି ଡି ଓ ଓ ଅନ୍ୟ ଅଧିକାରୀ ମାନଙ୍କ ସହ ଅଂଚଳର ଉନ୍ନୟନ ଓ ବିକାଶ ନିମନ୍ତେ ଜରିଆ ଝିଲ୍ଲୀ ଜଳାଶୟ ଅଞ୍ଚଳ ପରିଦର୍ଶନ ରେ ଯାଇ ଏହାର ପୁନରୁଧାର କରାଯିବା ସମ୍ପର୍କରେ ଆଲୋଚନା କରିଥିଲେ।ସେଠାରେ ଥିବା ବିନୋଦ ବିହାରୀ ଠାକୁର ମନ୍ଦିର ଭ୍ରମଣ କରି ସମନ୍ୱିତ ଅଞ୍ଚଳ କୁ ପର୍ଯ୍ୟଟନ ସ୍ଥଳୀ କରିଯିବା ନେଇ ମଧ୍ୟ ସମସ୍ତଙ୍କ ସହ ଆଲୋଚନା କରିଥିଲେ।ପରେ ପଲ୍ଲୀସାହି ଗ୍ରାମ ପଞ୍ଚାୟତରେ ଥିବା ପୁରାତନ ଶିକ୍ଷା ଅନୁଷ୍ଠାନ,ଭଗବତୀ ବିଦ୍ୟାପୀଠ, ସୁକଳେଶ୍ବର ପରିସରକୁ ଯାଇ ଏକ ଅଡିଟୋରିୟମ ନିର୍ମାଣ କାର୍ଯ୍ୟ ର ଶୁଭ ଶିଳାନ୍ୟାସ କରିଥିଲେ।

Leave a Reply

Your email address will not be published.