ଆଜି ସକାଳର କିଛି ଖବର
ତାରିଖ ୧୬/୧୨/୨୦, ବୁଧବାର

୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ଆର୍ଥିକ ସ୍ଥିତିକୁ ଦେଖି ୨୮୯ କୋଟି ୪୨ ଲକ୍ଷ ଟଙ୍କାର ଏକ ପ୍ୟାକେଜ୍ ଘୋଷଣା ।

୨-ନୂଆବର୍ଷରେ ହୋଇପାରିବନି ଲିଙ୍ଗରାଜଙ୍କ ଦର୍ଶନ,ଡିସେମ୍ବର ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର ।ଡିସେମ୍ବର ୨୭ରୁ ୩୧ କେବଳ ସେବାୟତଙ୍କୁ ଦର୍ଶନର ସୁଯୋଗ । ନୂଆବର୍ଷ ଭିଡ଼ ପାଇଁ ୧ ଏବଂ ୨ ତାରିଖ ମନ୍ଦିର ବନ୍ଦ ରହିବ । ୩ରୁ ୫ ତାରିଖ କେବଳ ଭୁବନେଶ୍ୱରବାସୀଙ୍କୁ ଦର୍ଶନ ସୁଯୋଗ, ତାରିଖରୁ ଶ୍ରୀଲିଙ୍ଗରାଜଙ୍କୁ ସର୍ବସାଧାରଣ ଦର୍ଶନ ।

୩-କଳା ଓ ସଂସ୍କୃତିର ସହର ହେବ ଭୁବନେଶ୍ୱର : ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିୟନ ହେବ ସଙ୍ଗୀତ ମାର୍ଗ । ରାସ୍ତାକଡ଼ରେ ଶୁଣିବାକୁ ମିଳିବ ସଙ୍ଗୀତ। ସୁଗମ ସଙ୍ଗୀତରୁ ଆରମ୍ଭ କରି ପାରମ୍ପରିକ ସଙ୍ଗୀତ।

୪-ଆଜି “ବିଜୟ ଦିବସ” । ଆଜିର ଦିନ ଭାରତ ମାତାର ବୀର ପୁତ୍ର ମାନେ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେଇଥିଲେ ଗୋଟିଏ ନୂଆ ଦେଶକୁ , ଯାହାକୁ ଆଜି ସମସ୍ତେ ଜାଣୁଛନ୍ତି “ବଙ୍ଗଳାଦେଶ”ନାମରେ l

୫-ନରେଗା ଓ ସହରାଂଚଳ ରୋଜଗାର ଯୋଜନାରେ ମଜୁରୀ ଦେବାରେ ବିଳମ୍ବ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ସମୀକ୍ଷା ପରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ ।

୬-ବର୍ଷ ୨୦୧୫ ଓ ୨୦୧୬ ପାଇଁ ୨୦ ସାହିତ୍ୟିକଙ୍କୁ ମିଳିଲା ସାହିତ୍ୟ ଏକାଡେମି ପୁରସ୍କାର, ୧୫ଜଣଙ୍କୁ ସାରସ୍ବତ ସମ୍ବର୍ଦ୍ଧନା ।

୭-ଅନ୍ତରୀକ୍ଷରେ ବଢ଼ିଲା ଭାରତର ଶକ୍ତି,ପୂର୍ବରୁ ବିଦେଶରୁ ଆସୁଥିଲା ଭାରତକୁ କ୍ରାୟୋଜନିକ ଇଂଜିନ ବର୍ତମାନ ଏହା ଭାରତରେ ନିର୍ମାଣ ହେବ l ରାଞ୍ଚି ସ୍ଥିତ ମେକାନ କମ୍ପାନୀ ସେମି କ୍ରାୟୋଜନିକ ଇଂଜନ ଟେଷ୍ଟିଙ୍ଗ ସୁବିଧା ପାଇଁ ପ୍ରସ୍ତୁତ କରାଯାଇଛି l ଦେଶୀ ଇଂଜିନ ସାହାଯ୍ୟରେ ଅନ୍ତରୀକ୍ଷକୁ ଜିନିଷ ପତ୍ର ନେବା ସୁବିଧା ହେବ l ଏହି କଷ୍ଟ ସାଧ୍ୟ କାମକୁ କରି ଦେଖାଇଛନ୍ତି ରାଞ୍ଚିରେ ରେ ଥିବା ଭାରତ ସରକାରଙ୍କ ମେକାନ ର ଇଂଜିନିୟର ମାନେ l

୮-ଦିଲ୍ଲୀରେ ଥମୁନି ଚାଷୀ ଆନ୍ଦୋଳନ: ଆଜି ଦିଲ୍ଲୀ-ନୋଏଡା ସୀମା ପୁରା ବନ୍ଦ କରିବେ ଆନ୍ଦୋଳନକାରୀ; ଚିଲା ବର୍ଡରରେ ସୁରକ୍ଷା ପାଇଁ ଅଧିକ ଫୋର୍ସ ମୁତୟନ ।

୯-ଭକ୍ତଙ୍କ ପାଇଁ ଖୋଲିବ ଭଗବାନଙ୍କ ଦ୍ବାର, ବଡ଼ଦିନରେ ଖୋଲିବ ଚର୍ଚ୍ଚ ।

୧୦-କୃଷି ଆଇନ ପ୍ରତ୍ୟାହାର ଦାବିରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି: କୃଷିମନ୍ତ୍ରୀଙ୍କୁ ଭେଟିଲା କିଷାନ ସଂଘ; ଆଇନ ସପକ୍ଷରେ ବାଢିଲା ଯୁକ୍ତି ।

୧୧-ଓସିଏ ଆନ୍ତଃ ଜିଲା ସିନିୟର ଟି୨୦ ଲିଗ୍‌ କ୍ରିକେଟ : କଟକ ‘ଏ’, କେନ୍ଦ୍ରାପଡ଼ା, ବାଲେଶ୍ୱରର ବୃହତ୍‌ ବିଜୟ ।

୧୨-ଆସନ୍ତା କାଲିଠାରୁ ଆଡିଲେଡ୍‌ରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଆରମ୍ଭହେବ। ବର୍ଡର-ଗାଭାସ୍କର ଟ୍ରଫି ଅନ୍ତର୍ଗତ ଏହି ଟେଷ୍ଟ ସିରିଜ୍‌ ୪ ମ୍ୟାଚ୍‌ ବିଶିଷ୍ଟ ହେବ।

ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । *ସୁପ୍ରଭାତ*

Leave a Reply

Your email address will not be published.