ଜିଲ୍ଲାରେ କିନ୍ନରଙ୍କୁ ରିଲିଫ ସହାୟତା

କଟକ: ରାଜ୍ୟରେ କରୋନା ମହାମାରୀର ପ୍ରକୋପରେ ପୂରା ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ଏଭଳି କରୁଣ ପରିସ୍ଥିତିରେ କିନ୍ନରମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଏଞ୍ଜେଲସ ସ୍ବେଚ୍ଛାସେବୀ ସଂଗଠନ । ଏଭଳି ଅଭିନବ ପ୍ରୟାସ ଦେଖିବାକୁ ମିଳିଛି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ । କଟକ ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ରଙ୍କ ଉଦ୍ୟମରେ ସ୍ଥାନୀୟ ଏଞ୍ଜେଲସ ସ୍ବେଚ୍ଛାସେବୀ ସଂଗଠନଙ୍କ ଦ୍ୱାରା ପାଖାପାଖି ୮୦ ଜଣ କିନ୍ନର ମାନଙ୍କୁ ସ୍ଥାନୀୟ କଲେଜଛକ ନିକଟସ୍ଥ ଗୁଜୁରାଟୀ ବିଦ୍ୟାଳୟ ପରିସରରେ ରିଲିଫ ସାମଗ୍ରୀ ବଣ୍ଟା ଯାଇଥିଲା।

ଉଭୟ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମିଶ୍ର ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅଶୋକ କୁମାର ଷଢଙ୍ଗୀ ଏହି ରିଲିଫ ବଣ୍ଟନ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ। ଏଞ୍ଜେଲସ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ରିଲିଫ ସାମଗ୍ରୀ ବଣ୍ଟନରେ ସମସ୍ତ ସହାୟତା କରିଥିଲେ।

Leave a Reply

Your email address will not be published.