ବିଶିଷ୍ଠ ଇଂଜିନିୟରଙ୍କର ଶ୍ରାଦ୍ଧ ବାର୍ଷିକରେ ପୂର୍ବତନ ବିଧାୟକଙ୍କ ଦ୍ୱାରା ୨୫୫ ପୃଷ୍ଠାର ଏକ ଶ୍ରଦ୍ଧାଞ୍ଜଳି ନାମକ ସ୍ମରଣିକାକୁ ଉନ୍ମୋଚିତ

Spread the love

ବାଙ୍କୀ, (ନାଗରାଜ ନ୍ଯୁଜ): ଏକାଧିକ ଭାବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୩୨୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କରି ସେତେବେଳେ ଚର୍ଚ୍ଚାରେ ରହିଥିବା କଟକ ଜିଲ୍ଲା ବାଙ୍କୀ ଗୋପାଳପୁର ପଞ୍ଚାୟତର ଇଞ୍ଜିନିୟର ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ୨୫୫ ପୃଷ୍ଠା ବିଶିଷ୍ଟ ଶ୍ରଦ୍ଧାଞ୍ଜଳି ନାମକ ସ୍ମରଣୀକାକୁ ଉନ୍ମୋଚନ କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ । ଏହି ସ୍ମରଣୀକା ଯୁବ ପିଢିଙ୍କୁ ପ୍ରେରଣା ଯୋଗାଇବ । ତେବେ ସ୍ବର୍ଗତ ମହାପାତ୍ର ଜଣେ ଦକ୍ଷ ଆଉ ନିଷ୍ଠାପର ଯନ୍ତ୍ରୀ ଭାବେ କ୍ଷୁଦ୍ର ଜଳସେଚନ ବିଭାଗରେ କାର୍ଯ୍ୟ କରି ସାରା ଓଡ଼ିଶାରେ ଚର୍ଚ୍ଚାରେ ରହିଥିଲେ ।

ବାଙ୍କୀ ମାଟିର ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକରେ ତାଙ୍କ ଅମର ଆତ୍ମାର ସଦଗତି କାମନା କଲେ ଶତାଧିକ ଜ୍ଞାନୀ ଗୁଣି ଆଉ ସାହିତ୍ୟକ ମାନେ । ଆଗାମୀ ପିଢ଼ି ପାଇଁ ଇଞ୍ଜିନୟର ସ୍ବର୍ଗତ ମହାପାତ୍ରଙ୍କ ଏହି ଉନ୍ମୋଚିତ ସ୍ମରଣିକା ପ୍ରେରଣା ଯୋଗାଇବ ବୋଲି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ତ୍ରିପାଠୀ ନିଜ ସ୍ମୃତିଚାରଣରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *