ଉତ୍କଳ ଦିବସରେ ପୁରୀ ଆଶୋସ୍ଥି ବୃଧାଶ୍ରମର ୧୨୭ ୟୁନିଟ ରକ୍ତ ସଂଗ୍ରହ

Spread the love

ପୁରୀ, (ନାଗରାଜ ନ୍ୟୁଜ): ଗତକାଲି ପ୍ରବାଦପୁରୁଷ ମଧୁବାବୁଙ୍କ ଜୟନ୍ତୀ ଉତ୍କକ ଦିବସ ଉପଲକ୍ଷେ ପୁରୀ ମଙ୍ଗଳାହାଟ ଆଶ୍ୱସ୍ଥି ବୃଦ୍ଧାଶ୍ରମ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇ 127unit ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଦୀପକ କୁମାର ପଣ୍ଡାଙ୍କ ପୋୖରହିତରେ ମୁଖ୍ୟ ଅତିଥି ଭାବରେ ରାଉଲକେଲା ଜୁଡିସିଆଲି ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ରଜତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି,ବାଶେଳି ସାହି ଥାନାଧିକାରୀ ଶ୍ରୀଯୁକ୍ତ କୁଳମଣି ସେଠୀ,ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମତୀ ମିତାରାଣୀ ପଣ୍ଡା ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉର୍ସାହିତ କରିଥିଲେ। ଶ୍ରୀପଣ୍ଡା ଉତ୍କକ ଦିବସ ଅବସରରେ ସମାଜକୁ ସୁସ୍ଥ ଓ ଶାନ୍ତି ବଜାୟ ରଖିବା ନିମନ୍ତେ ଥାନାଧିକାରୀ କୁଳମଣି ସେଠୀଙ୍କୁ ମାନପତ୍ର ଓ ଉପଢୌକନ ପକାଇ ସମାନ୍ନିତ କରିଥିଲେ। ସଭାପତି ଦୀପକ କୁମାର ପଣ୍ଡା ଓ ଜୀବନବିନ୍ଦୁ ର ସହସଂଯୋଜକ ଶ୍ରୀଯୁକ୍ତ ଭଗବାନ ପଢ଼ିଆରୀ ପ୍ରମୁଖ ସଭା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *