ଶ୍ରାବଣ ମାସର ପ୍ରଥମ ସୋମବାର, ମନ୍ଦିର ପିଠ ଖାଁ ଖାଁ

Spread the love

ଭୂବନେଶ୍ବର: ଆଜି ହେଉଛି ଚଳିତ ବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାର । ମାନ୍ୟତା ରହିଛିଯେ, ଏହି ଦିନରେ ମହାଦେବ କାଉଡିଆମାନଙ୍କ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି, ଆଉ କିଛି ଭକ୍ତ ମନସ୍କାମନା ପୂରଣ ହେବା ପରେ ପାଣିଭାର ନେଇଥାନ୍ତି । ହେଲେ କରୋନା ସାଜିଛି ଦାଉ ।ସବୁ ମନ୍ଦିର ପିଠ ଖାଁ ଖାଁ । କରୋନା ମହାମାରୀ ହେତୁ ଚଳିତ ବର୍ଷର କାଉଡିଆ ଯାତ୍ରାକୁ ବନ୍ଦ କରାଯାଇଛି । ଏଥର କାଉଡିଆଙ୍କୁ ଦେଖିବାକୁ ମିଳିବନି, ଭୋଲା ବାବା ପାର କରେଗା, ଶଙ୍କରା ବାବା ପାର୍ କରେଗା ଶୁଣିବାକୁ ମିଳିବନି । ଏଥର ଶ୍ରାବଣୀ ପାଣି ଭାର ନେଉଥିବା ଭକ୍ତଙ୍କ ମନବି ନିରାଶ ରହିଛି ।

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପ୍ରସନ୍ନ ଏବଂ ମନୋକାମନା ପୂର୍ଣ୍ଣ କରିବା ପାଇଁ ଏକ ପର୍ବ ରହିଛି। ଭଗବାନ ଶିବଙ୍କ ପାଇଁ ଏହି ମାସ ଅତ୍ୟନ୍ତ ପ୍ରିୟ ଅଟେ । ବିଶ୍ୱାସ କରାଯାଏ ଯେ ଏହି ମାସରେ ଜଗତ ଜନନୀ ଦେବୀ ପାର୍ବତୀ କଠୋର ତପ ଏବଂ ବ୍ରତ କରି ଶିବଙ୍କୁ ପ୍ରସନ୍ନ କରିଥିଲେ ଏବଂ ତାଙ୍କୁ ତାଙ୍କ ସ୍ୱାମୀ ଭାବରେ ଗ୍ରହଣ କରିଥିଲେ।

ଅନ୍ୟପକ୍ଷରେ, ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ, ଶ୍ରାବଣ ମାସରେ ଶିବ ସମୁଦ୍ର ମନ୍ଥନରୁ ବାହାରୁଥିବା ବିଷ ପିଇ ବ୍ରହ୍ମାଣ୍ଡକୁ ରକ୍ଷା କରିଥିଲେ। ଏହି କାରଣରୁ, ଏହି ମାସରେ ଶିବ ପୂଜାର ମହତ୍ତ୍ୱ ଆହୁରି ବଢ଼ିଥାଏ । ଧାର୍ମିକ ବିଶ୍ୱାସ ହେଉଛି ଯେ ସକାଳୁ ଉଠିବା ପରେ ଏବଂ ସ୍ନାନ କରିବା ପରେ ଭଗବାନ ଶିବଙ୍କୁ ଭକ୍ତି ଭାବ ଓ ରୀତିନୀତି ଅନୁଯାୟୀ ଭଗବାନ ଶିବଙ୍କୁ ପୂଜା ଏବଂ ଅଭିଷେକ କରିବା ଦ୍ବାରା ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ତେବେ ଶିବ ପୁରାଣ ଅନୁଯାୟୀ, ଶିବ ପୂଜାରେ ଏହି ଫୁଲ ଅର୍ପଣ କରିବା ଦ୍ବାରା ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ।

ଭଗବାନ ଶିବଙ୍କ ପୂଜାରେ ଗଙ୍ଗଶିଉଳୀ ଫୁଲର ବିଶେଷ ଭାବେ ବ୍ୟବହାର କରାଯାଏ। ଏହାକୁ ପାରିଜାତ ଫୁଲ ମଧ୍ୟ କୁହାଯାଏ। ଏହି ଫୁଲ ଧଳା ରଙ୍ଗ ଏବଂ ଏହାର ମଝିରେ ନାରଙ୍ଗି ରଙ୍ଗ ରହିଥାଏ। ରାତିରେ ଫୁଟୁଥିବା ଏହି ଫୁଲକୁ ଭଗବାନ ଶିବଙ୍କ ନିକଟରେ ଅର୍ପଣ କରିବା ଦ୍ବାରା ସୁଖ ଓ ବୈଭବ ବୃଦ୍ଧି ହୋଇଥାଏ।

ଧତୁରା ବା ଦୁଦୁରା ଫୁଲ ଭୋଳାନାଥଙ୍କ ଅତ୍ୟନ୍ତ ପ୍ରିୟ। ଶିବଙ୍କ ପୂଜାରେ ଏହାର ଫଳ ଓ ଫୁଲ ବିଶେଷ ଭାବେ ଅର୍ପଣ କରାଯାଏ। ମାନ୍ୟତା ଅନୁଯାୟୀ ଯେଉଁ ଦମ୍ପତି ଶିବରାତ୍ରି ଦିନ ଦୁଦୁରା ଫୁଲ ସହ ଭଗବାନ ଶିବଙ୍କ ପୂଜା କରନ୍ତି, ସେମାନଙ୍କୁ ଶିବ କୃପାରୁ ବହୁତ ଶୀଘ୍ର ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ।

Leave a Reply

Your email address will not be published. Required fields are marked *