ନେତାଜୀଙ୍କର ୧୨୬ ତମ ଜୟନ୍ତୀ ସମାରୋହରେ

Spread the love

କଟକ,(ନାଗରାଜ ନ୍ୟୁଜ): ଭାରତ ମୁକ୍ତି ସଂଗ୍ରାମର ମହାନଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀ ଆଜି କଟକ ସହରର ବିଭିନ୍ନ ସ୍ଥାନରେ ସରକାରୀ, ବେସରକାରୀ ଏବଂ ବିଭିନ୍ନ ସଂଗଠନ ଓ ପକ୍ଷରୁ ବେଶ ଧୂମଧାମରେ ପାଳନ କରାଯାଇଛି। ନେତାଜୀଙ୍କର ଜନ୍ମମାଟିରେ ଏହି ଜୟନ୍ତୀ ସମାରୋହ ପାଳନ କରାଯାଉଥିବାରୁ ଛୋଟ ଛୋଟ ଶିଶୁ ମାନଙ୍କ ଠାରୁ ଆବାଳ ବୃଦ୍ଧ ବନିତା ଏହାକୁ ବେଶ ଉତ୍ସାହର ସହ ପାଳନ କରିଛନ୍ତି। ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଜନ୍ତ୍ର ଯୋଗେ ରାମଧୁନ ପ୍ରସାରଣ କରାଯାଇଥିଲା। ସକାଳୁ ସହରର ବିଭିନ୍ନ ସ୍ଥାନରେ ଅବସ୍ଥିତ ନେତାଜୀଙ୍କର ପ୍ରତିମୂର୍ତ୍ତିରେ ସାହି ମୁରବି ଓ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିଥିଲେ।

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୬ ତମ ଜୟନ୍ତୀ ଅବସରରେ ସକାଳୁ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଉତ୍ସବ ମୁଖରିତ ହୋଇଉଠିଛି। ବହୁ ବିଶିଷ୍ଟ ବ୍ୟକ୍ତି ନେତାଜୀଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏହି ମହାନ ଯୋଦ୍ଧାଙ୍କର ସ୍ମୃତିଚାରଣ କରିଥିଲେ। ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ , ମେୟର ଶ୍ରୀ ସୁବାସ ସିଂ, ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ,ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି, ପୃଥିରାଜ୍ ହରିଚନ୍ଦନ,ନୟନ କିଶୋର ମହାନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନେତାଜୀଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏହି ମହାନ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଂଗ୍ରହାଳୟଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କର ଅଣନାତି ଶ୍ରୀ ସୁପ୍ରିୟୋ ବୋଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏନ ସି ସି କ୍ୟାଡେଟ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଜନ୍ମସ୍ଥାନ କମ୍ୟୁନିଟ୍ ହଲ ଠାରେ ବ୍ଲଡ଼ ଡୋନର କାଉନସିଲ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିର କୁ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ।

Leave a Reply

Your email address will not be published. Required fields are marked *