ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ସର୍ବ ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ

Spread the love

ପୁରୀ,(ନାଗରାଜ ନ୍ୟୁଜ): ମହାଶିବରାତ୍ରୀ ର ଅବ୍ୟବହିତ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଶ୍ରୀ ଲୋକନାଥଙ୍କ ପୀଠ ପାର୍ବତିସାଗର ନିକଟରେ ପ୍ରଜ୍ବଳିତ ହୋଇଛି ଦେଶର ସର୍ବବୃହତ ଏକାଦଶତମ ଜଗତ ମଙ୍ଗଳ ଜାଗର ଦୀପ।ଗୁରୁବାର ସଂନ୍ଧ୍ୟାରେ ଶ୍ରୀ ଲୋକନାଥଙ୍କ ଦୀପ ଆସି ଏହି ବୃହଦ କାୟ ଦୀପ ପ୍ରଜ୍ବଳିତ ହୋଇଥିଲା।ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ବରିଷ୍ଠ ଦଇତାପତି ସେବାୟତ ରାମ ଚନ୍ଦ୍ର ଦାସ ମହାପାତ୍ର,ଉପ ଜିଲ୍ଲାପାଳ ଭବ ତାରଣ ସାହୁ ପ୍ରମୁଖ ଏହି ମହାର୍ଘ୍ୟ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିପକୁ ପ୍ରଜ୍ବଳନ କରିଥିଲେ।୮ଫୁଟ ଲମ୍ବ,୬ଫୁଟ ଓସାର ଏବଂ ଦୁଇ ଫୁଟ ଗଭୀର ବିଶିଷ୍ଟ ଦେଶର ଏହି ସର୍ବ ବୃହତ୍ ଦୀପ 19ତାରିଖ ଶନିବାର ପ୍ରତ୍ୟୁଷ ପର୍ଯ୍ୟନ୍ତ ପ୍ରଜ୍ବଳିତ ହେବ।ତିନି ଦିନ ଧରି ଏହି ଦ୍ଵୀପରେ ପ୍ରାୟ ୪କୁଇଣ୍ଟାଲ ଗୁଆ ଘିଅ ଜଳା ଯିବ।ଶ୍ରୀ ଲୋକନାଥଙ୍କ ମହାଦୀପ ଉଠିବା ପରେ ଏହି ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ।ପ୍ରାୟ 12ଇଞ୍ଚ ଗୋଲେଇର ସହେଫୁଟ ବଳିତା ଏଥିରେ ଜଳଜୀବ ।ଜଗତ କଲ୍ୟାଣ ପାଇଁ ଏହି ବୃହତ୍ ଜାଗର ଦୀପ ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ କରାଯାଉଥିବା ଉଦ୍ୟୋକ୍ତା ରାମ କୃଷ୍ଣ ହୋତା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *