ଏକ ଦିନିକିଆ କର୍ମଶାଳା

Spread the love

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଓ ସମଗ୍ର ଶିକ୍ଷା କଟକ ଜିଲ୍ଲା ତରଫ ରୁ ପ୍ରାକ୍ ଧନ୍ଦା ମୂଳକ ଶିକ୍ଷା ସଂପର୍କିତ ଏକ ଦିନିକିଆ କର୍ମ ଶାଳା ରେଲୱେ ସେଟେଲ୍ ମେଣ୍ଟ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ମଶାଳାରେ ପ୍ରଶିକ୍ଷକ କ ଭାବେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ, କଟକର ବରିଷ୍ଠ ପ୍ରଶିକ୍ଷକ ଶ୍ରୀଯୁକ୍ତ ଚକ୍ରଧର ସାହୁ ଓ ଶକ୍ତି ପାଲ ଯୋଗ ଦେଇ ପ୍ରାକ୍ ଧନ୍ଦା ମୁଳକ କାର୍ଯ୍ୟ କ୍ରମ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ। ଅନ୍ୟ ତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ, ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧକ୍ଷ ଅରବିନ୍ଦ ଆଚାର୍ଯ୍ୟ,ବାଳିକା ଶିକ୍ଷା ସଂଯୋଜୀକା ମାନସୀ ଧଳ ପ୍ରମୁଖ ଯୋଗଦେଇ ଧନ୍ଦା ମୁଳକ ଶିକ୍ଷା ସମ୍ପର୍କ ରେ ସୂଚନା ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀ ପ୍ରାରମ୍ଭରେ ସ୍ଵାଗତ ଭାଷଣ ଦେବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ଅନୁ ସୂଚିତ ଜାତି ଜନ ଜାତି ଶିକ୍ଷା ସଂଜୋଜିକା ଡକ୍ଟର ସୁଚିଶ୍ମିତା ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ 45 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *