ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଆୟୋଜନ

Spread the love

ପୁରୀ, (ନାଗରାଜ ନ୍ୟୁଜ): ବିଶ୍ଵ ମହିଳା ଦିବସ ଅବସରରେ ପ୍ରଜାପିତା ବ୍ରହ୍ମ କୁମାରୀ ଇସ୍ଵରୀୟ ବିଶ୍ଵ ବିଦ୍ୟାଳୟ ବଳିଆ ପଣ୍ଡା ସ୍ଥିତ ଇସ୍ଵରୀୟ ରଜଯୋଗ ସାଧନା କେନ୍ଦ୍ର ପକ୍ଷରୁ ଓମ ଶାନ୍ତି ଅଡିଟୋରୀୟମ ହଲରେ ଏକ ଶାନ୍ତ ପବିତ୍ର ବାତାବରଣ ମଧ୍ୟରେ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମହିଳା ମାନେ ଭାରତ ନିର୍ମାଣର ପ୍ରକୃତ କର୍ଣ୍ଣଧାର ଶୀର୍ଷକ ଏହି ଆଲୋଚନା ଚକ୍ରରେ ଆଲୋଚନା କରାଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସମ୍ ହସପିଟାଲର ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ମହାପାତ୍ର ଯୋଗଦାନ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ଆଉ ଜଣେ ଅତିଥି ଫକିର ମୋହନ ବିଶ୍ଵବିଦ୍ୟାଳୟର ଭାଇସ ଚାନ୍ସେଲର ଡାକ୍ତର ମଧୁସ୍ମିତା ଦାସ ଯୋଗଦାନ କରିଥିଲେ । ପୁରୀର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପ୍ରାକ୍ତନ କଲେଜ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ଜେନା ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ପୁରୀ ଜିଲ୍ଲା ପରିଷଦର ପ୍ରାକ୍ତନ ଉପାଧକ୍ଷା ସଖିମନି ବରାଳ ଏବଂ ନୋଟାରି ର ସଭାପତି ଗୁଣ୍ଡିଚା ବରାଳଙ୍କ ଦ୍ଵାରା ଯଥାକ୍ରମେ ରଚିତ ପୁସ୍ତକ ପ୍ରେରଣା ଏବଂ ଅସ୍ତରାଗର ଜୀବନ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଶେଷରେ ବିଶିଷ୍ଟ ଗୀତିକାର ପ୍ରଣବ କୁମାର ବରାଳ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିଥିଲେ ।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *