ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନା ଆକ୍ରାନ୍ତ ଚିହ୍ନଟ

Spread the love

ଯାଜପୁର, (ନାଗରାଜ ନ୍ୟୁଜ ): ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରବିବାର ନନ୍ଦ ପୃଷ୍ଟିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ ତାଙ୍କୁ ପ୍ରଥମେ ସୁକିନ୍ଦା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ସୋମବାରଦିନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଶ୍ରୀ ପୃଷ୍ଟିଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ନନ୍ଦ ସାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସେତେଟା ଭଲ ନାହିଁ। ପରେ ତାଙ୍କୁ ଟାଟା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ତାଙ୍କୁ ଟାଟା ଚିକିତ୍ସାଳୟରେ ଭେଟି ସ୍ବାସ୍ଥାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବର ୯ ତାରିଖରେ ସେ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ୍‌ର କନ୍ତିରା ଗାଁର ବାସିନ୍ଦା ନନ୍ଦ ସାର୍ ୭୫ ବର୍ଷ ହେଲାଣି ଗାଁ ଛୁଆଙ୍କୁ ପାଠପଢ଼ାଇ ଆସୁଛନ୍ତି । ହେଲେ ଏଥିପାଇଁ ସେ ପାରିଶ୍ରମିକ ନିଅନ୍ତି ନାହିଁ ।

Leave a Reply

Your email address will not be published. Required fields are marked *