ବିଭାଜନ କିମ୍ବା ପରିବର୍ତ୍ତନକୁ ବିରୋଧ କରିବ ପାକିସ୍ଥାନ: ଶାହା ମେହମୁଦ୍ କ୍ୟୁରେଶି

Spread the love

ନୂଆଦିଲ୍ଲୀ: ବିଭାଜନ କିମ୍ବା ପରିବର୍ତ୍ତନକୁ ବିରୋଧ କରିବ ପାକିସ୍ଥାନ । ଏଭଳି ମନ୍ତବ୍ୟ ଦେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ୍ କ୍ୟୁରେଶି ଭାରତ ଉଦେଶ୍ୟରେ କହିଛନ୍ତିଯେ, ୨୦୧୯ ଅଗଷ୍ଟ ୫ରେ ଗ୍ରହଣ କରିଥିବା ପଦକ୍ଷେପ ପରେ ଭାରତ କଶ୍ମୀରରେ ଆଉ କୌଣସି ବେଆଇନ ପଦକ୍ଷେପ ନେବାରୁ ନିବୃତ୍ତ ରହିବା ଆବଶ୍ୟକ । ସୂଚନା ଅନୁଯାୟୀ ଜୁନ୍‌ ୨୪ରେ ଜମ୍ମୁ ଓ କଶ୍ମୀରର ରାଜନୈତିକ ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଲୋଚନା ମୂଳକ ବୈଠକ ରହିଛି। ଏହାକୁ ନେଇ ଶନିବାର ଦିନ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ଜାରି କରିଥିବା ଏହି ସତର୍କବାଣୀରେ ଉଲ୍ଲେଖ ଅଛିଯେ, କଶ୍ମୀରରେ କୌଣସି ବିଭାଜନ କିମ୍ବା ପରିବର୍ତ୍ତନ ପାଇଁ ଭାରତର ଯେକୌଣସି ପଦକ୍ଷେପକୁ ପାକିସ୍ତାନ ବିରୋଧ କରିବ।

ଆସନ୍ତା ଗୁରୁବାର, ଜୁନ୍‌ ୨୪ ତାରିଖ ଦିନ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀରର ପ୍ରାୟ ୧୪ଜଣ ରାଜନେତାଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହି ବୈଠକରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ବିଧାନସଭା ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା ହୋଇପାରେ ବୋଲି ମନେକରାଯାଉଛି।

Leave a Reply

Your email address will not be published. Required fields are marked *