ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି ପଞ୍ଚାୟତବାସି

Spread the love

କଟକ, (ନାଗରାଜ ନ୍ୟୁଜ): ସାଲେପୁର ବ୍ଲକ୍ ଶିଶୁଆ ପଞ୍ଚାୟତରେ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ୱାର୍ଡ ମେମ୍ବର ଭାବେ ଜଣେ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣାର ଦୁଇ ଦିନ ପରେ ପୁଣି ସେହି ପ୍ରାର୍ଥୀଙ୍କୁ ପ୍ରଶାସନ ପକ୍ଷରୁ ପରାଜୟ ଘୋଷଣା କରାଯିବା ପ୍ରତିବାଦରେ ଆଜି ସାଲେପୁର ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି ପଞ୍ଚାୟତବାସି । ଘଟଣାରୁ ପ୍ରକାଶ ସାଲେପୁର ବ୍ଲକ୍ ଶିଶୁଆ ପଞ୍ଚାୟତ ୭ ନମ୍ବର ୱାର୍ଡର ଜୟଦେବ ରାଉତ ୱାର୍ଡ ସଭ୍ୟ ଭାବେ ନିର୍ବାଚନ ଲଢ଼ି ୧୯୧ ଖଣ୍ଡ ଭୋଟ ପାଇ ଗଣତି କେନ୍ଦ୍ରରେ ବିଜୟୀ ଘୋଷଣା କରାଯାଇଥିଲା । ଅପର ପକ୍ଷେ ପ୍ରତିପକ୍ଷ ପ୍ରାର୍ଥୀ ମୋଟ ୮୨ ଖଣ୍ଡ ଭୋଟ ପାଇ ପରାଜୟ ହୋଇଥିବା ମାତ୍ର ଦୁଇ ଦିନ ପରେ ପ୍ରଶାସନ ପକ୍ଷରୁ ପରାଜୟ ପ୍ରାର୍ଥୀଙ୍କୁ ପୁନଶ୍ଚ ବିଜୟୀ ଘୋଷଣା କରାଯାଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି କିଭଳି ପରାଜୟ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଗଲା । ଏହାର ତଦନ୍ତ ଦାବି କରି ଧାରଣାରେ ବସିଛନ୍ତି ପଞ୍ଚାୟତବାସି । ତେବେ ଏ ସମ୍ପର୍କରେ ଆମ ପ୍ରତିନିଧି ସାଲେପୁର ବିଡିଓଙ୍କୁ ପଚାରିବାରୁ ସେ କିଛି ଉତର ଦେବାକୁ ମନା କରିଦେଇଥିଲେ ।

Leave a Reply

Your email address will not be published. Required fields are marked *