କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଅସୁବିଧା ଭୋଗୁଛନ୍ତି ରୋଗୀ

Spread the love

କଟକ, (ନାଗରାଜ ନ୍ୟୁଜ): ସକାଳ ହେଲେ ଟିକେ ଉତ୍ତମ ଚିକିତ୍ସା ପାଇଁ ରାଜ୍ୟ ସମେତ ରାଜ୍ୟ ବାହାରୁ ଆସିଥାନ୍ତି ରୋଗୀ ।ଉତ୍ତମ ଚିକିତ୍ସା, ବିଶିଷ୍ଟ ଡାକ୍ତରଙ୍କ ପାଖରେ ରେ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ସମେତ ବୃହତ କର୍କଟ ଚିକିତ୍ସା କେନ୍ଦ୍ର ଆଚାର୍ଯ୍ୟ ହରିହର ଚିକିତ୍ସା କେନ୍ଦ୍ର ରେ ।କିନ୍ତୁ ଚିକିତ୍ସା ପାଇଁ ଆସି ନିଜର ନାମ ପଞ୍ଜିକରଣ କରିବା ପରେ କିଛି ଲୋକଙ୍କ ପାଇଁ ବେଡ଼ ମିଳିଥିବା ବେଳେ ଅନେକ ରୋଗୀ ଆଚାର୍ଯ୍ୟ ହରିହର ର କର୍କଟ କେନ୍ଦ୍ର ର ପରିସର ଭିତରେ ଥିବା ଗଛ ତଳେ ନ ହେଲେ ଖୋଲା ବାରଣ୍ଡାରେ ପଡ଼ି ରହି ଚିକିତ୍ସିତ ହେଇ ଛନ୍ତି ଯେଉଁଭଳି ଭାବେ କିଛି ଦିନ ହେବ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ମଣିଷ ବଂଚିବା ପାଇଁ କଷ୍ଟ କର ହୋଇପଡିଛି । ଏହି ସମୟରେ ରୋଗୀ ମାନେ ତାତିରେ ଆଉଟି ପାଉଟି ହୋଇ ଗଛ ତଳେ ପଡି ଡହଳ ବିକଳ ହେଉଛନ୍ତି।ଦୀର୍ଘ ଦିନ ହେବ ନିଜ ଜୀବନ ସହ ସଂଘର୍ଷ ଜାରି ରଖିଛନ୍ତି ରୋଗୀ । ଟିକେ ଉତ୍ତମ ଚିକିତ୍ସା ପାଇଁ ହସ୍ପିଟାଲ ଛାଡି ଯାଉ ନାହାନ୍ତି । ସରକାରଙ୍କ ପକ୍ଷରୁ ମେଡିକାଲରେ ସବୁ ପ୍ରକର ବ୍ୟବସ୍ଥା ଦିଆଯିବାର ନାରା ଦିଆଯାଉଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଆଜି ବିଭିନ୍ନ ଅସୁବିଧା ର ସମ୍ମୁଖିନ ହେଉଛନ୍ତି ।ଗୋଟିଏ ପଟେ ରୋଗୀ ମାନେ ଅନେକ ଅସୁବିଧା ର ସମ୍ମୁଖିନ ଭୋଗୁ ଥିବା କଥା କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

Leave a Reply

Your email address will not be published. Required fields are marked *