ପାଟଣାଗଡ଼ କେନ୍ଦୁପତ୍ର କର୍ମଚାରୀଙ୍କ ବୈଠକ

Spread the love

ପାଟଣାଗଡ଼, (ନାଗରାଜ ନ୍ୟୁଜ): ପାଟଣାଗଡ଼ କେନ୍ଦୁପତ୍ର ରେଞ୍ଜ ବିଭାଗର କର୍ମଚାରୀମାନଙ୍କୁ ନେଇ ଏକ ସାଧାରଣ ବୈଠକ ରେଞ୍ଜ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ଼ ଡିଏଫଓ ସୁରେଶ ସେଠୀ ଯୋଗ ଦେଇ ଚଳିତବର୍ଷ କିପରି ଭାବରେ କେନ୍ଦୁପତ୍ରରେ ଅଧିକ ପତ୍ର ଉତ୍ପାଦନ ହେବା ସାଙ୍ଗକୁ ଅଧିକ ଲାଭାଶଂ ମିଳିବ ସେନେଇ ବିଶଦ ଭାବରେ ଆଲୋକପାତ କରିଥିଲେ । ସିଜିନାଲ୍ କର୍ମଚାରୀମାନେ ବିଭିନ୍ନ ଗ୍ରାମରେ ତୋଳାଳି କାର୍ଡରୁ ବଞ୍ଚିତ ଥିବା ତୋଲାଳି କାର୍ଡ ଯୋଗାଇଦେବା, ପତ୍ରଫଡି ନଥିବା ଗ୍ରାମଗୁଡିକରେ ଫଡିଗୃହ ନିମାର୍ଣ କରିବାକୁ କର୍ମଚାରୀମାନେ ବୈଠକରେ ଡିଏଫଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଡିଗୃହ ନଥିବାରୁ ଦୂରତା ଅନୁପାତ ହେତୁ ତୋଳାଳୀ ସଂଖ୍ୟା କମିବା ସହ ପତ୍ର ଉତ୍ପାଦନ କମି ଯାଉଛି ବୋଲି ମତ ପ୍ରକାଶ ପାଇଥିଲା ।

ଫଡି ଗୃହ ନିର୍ମାଣ କରିବା ପାଇଁ ଡିଏଫଓ ମତ ପ୍ରକାଶ କରିଥିଲେ । ପତ୍ର ଫଡି ମରାମତି ଓ ଢଲାଇ ରଚାଇ କାମରେ ନିଯୁକ୍ତ କରାଯାଉଥିବା ଶ୍ରମିକମାନଙ୍କୁ ପାସବୁକ ମାଧ୍ୟମରେ ତାଙ୍କ ପାରିଶ୍ରମିକ ଜମା କରିବାରେ ବିଳମ୍ବ ହୋଇଥିବା ହେତୁ ଗରିବ ଶ୍ରମିକମାନେ ଅସୁବିଧାର ସମ୍ମୁଖୀନ ହେବା ସହ ପତ୍ର ମଧ୍ୟ ଠିକ ସମୟରେ ଫଡିକୁ ଅଣାନଯିବାରୁ ନଷ୍ଟ ହେବା ସମ୍ଭାବନା ଦେଖାଯାଇଥାଏ ବୋଲି ମୁନସୀମାନେ ଡିଏଫଓଙ୍କ ଜଣାଇଥିଲେ । ଏଥିରେ ରେଞ୍ଜ ଅଧିକାରୀ ଜଗନ୍ନାଥ ଦାସ, ପରେଷ୍ଟର ଅରୁଣ ସୁରା, ପ୍ରିୟବ୍ରତ ସାହୁ, ହେଡ ଚେକର ଚନ୍ଦ୍ରମଣି ମଲ୍ଲିକ, ସର୍କିଲ୍ ଚେକର ଯଦୁମଣି ଭୋଇ, ତ୍ରିନାଥ, ରଘୁନାଥ ବାଗ, କେନ୍ଦୁପତ୍ର ସଂଘର ସମ୍ପାଦକ ଲଳିତ ମଲ୍ଲିକ, ଯୁଗ୍ମ, ଭୀଷ୍ମ ମଲ୍ଲିକ୍, ତ୍ରିନାଥ ସାହୁ ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *