ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ନାସପାତି

Spread the love

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ନାସପାତି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ନାସପାତି ଖାଇବା ଦ୍ୱାରା ଶରୀର ଅନେକ ଲାଭ ହୋଇଥାଏ । ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି-କମ୍ପ୍ଲେକ୍ସ, କେ, ମିନେରାଲ୍ସ, ପୋଟାସିୟମ୍, ଫେନୋଲିକ୍ ଯୌଗିକ, ଫୋଲେଟ୍, ଫାଇବର, କପର, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଏବଂ ଯୌଗିକ ମଧ୍ୟ ଅଛି। ନାସପାତିରେ କ୍ୟାଲୋରୀ ପରିମାଣ ବହୁତ କମ୍, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଥିରେ ପ୍ରଚୁର ପରିମାଣରେ ଫାଇବରର ଅଛି ଯାହା ହଜମ ଶକ୍ତି ବଢ଼ାଇଥାଏ। ନାସପାତିରେ ଆଉ କଣ କଣ ଲାଭ ଅଛି ଆସନ୍ତୁ ଜାଣିବା:-

୧. ପ୍ରତିରୋଧକ ଶକ୍ତି ବଢାଏ – ନାସପାତିରେ ଭିଟାମିନ୍ ସି ଏବଂ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ।
୨. ପାଚନ ତନ୍ତ୍ର – ନାସପାତି ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ। ଯେଉଁମାନଙ୍କର ପାଚନ ସମସ୍ୟା ରହିଛି ସେମାନେ ନାସପାତି ସେବନ କରିବା ଉଚିତ। ଏହା ହିତକର ହୋଇଥାଏ।
୩. ଥକାପଣ – ଥକାପଣ, ଶରୀରରେ ଦୁର୍ବଳତା ଅନୁଭବ କରୁଥିବା ବ୍ୟକ୍ତି ନାସପାତି ସେବନ କରିବା ଉଚିତ। ନାସପାତିରୁ ମିଳୁଥିବା ପୁଷ୍ଟିକର ଶକ୍ତି ବୃଦ୍ଧିରେ ସହାୟକ ହୁଏ। ଏହା ଚର୍ମକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।
୪. ଓଜନ ହ୍ରାସ – ନାସପାତି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ନାସପାତିରେ ବହୁତ କମ ମାତ୍ରାରେ କ୍ୟାଲୋରୀ ଅଛି । ସେଥିପାଇଁ ନିଜ ଆହାରରେ ନାସପାତି ନିଶ୍ଚୟ ସାମିଲ କରନ୍ତୁ।
୫. ହାଡ ମଜବୁତ କରେ – ନାସପାତି କ୍ୟାଲସିୟମର ଏକ ଉତ୍ତମ ଉତ୍ସ । ହାଡକୁ ଶକ୍ତିଶାଳୀ କରିବାରେ କ୍ୟାଲସିୟମ ସାହାଯ୍ୟ କରେ । ହାଡର ଦୁର୍ବଳତାକୁ ରୋକିବା ପାଇଁ ନାସପାତି ଖାଇପାରିବେ।
୬. ଆୟରନ (ଲୌହ )- ନାସପାତିରେ ବହୁ ପରିମାଣରେ ଲୌହ ରହିଛି। ଯେଉଁମାନଙ୍କର ହେମୋଗ୍ଲୋବିନ ମାତ୍ରା କମ ସେମାନେ ନାସପାତି ଖାଇବା ଉଚିତ୍। ଏହା ରକ୍ତହୀନତାର ଅଭାବ ପୂରଣ କରିବାରେ ସାହାଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *