ଠକସଂସ୍ଥା ପ୍ରତି ସାବଧାନ, ସଚେତନତା ଅଭାବରୁ ଲୋକେ ଠକାମୀର ଶୀକାର

Spread the love

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସଚେତନତା ଅଭାବରୁ ଦିନକୁ ଦିନ ନିରିହ ଗରିବ ଲୋକମାନେ ଠକସଂସ୍ଥା ଦ୍ୱାରା ସର୍ବସ୍ୱାନ୍ତ ହେଉଥିବା ଦେଖିବାକୁ ମିଳୁଛି । ନିଜର କଷ୍ଟୋପାର୍ଜିତ ଧନକୁ ଦ୍ୱିଗୁଣା କରିବା ଆଶାରେ ଠକାମୀର ଶୀକାର ହେଉଛନ୍ତି । ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରର ମଧୁସୁଦନ କଲୋନୀରେ ରହୁଥିବା ରାଜକିଶୋର ରଜକଙ୍କ ପାଖରେ ଦେଖିବାକୁ ମିଳିଛି । ସେ ଜଣେ ଦଲାଲ କଥାରେ ପଡ଼ି ଟଙ୍କା ଦ୍ୱିଗୁଣା ହେବା ଆଶାରେ ସେଫ୍ ସଫ୍ କମ୍ପାନୀକୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ । ଟଙ୍କା ନେବାପରେ କମ୍ପାନୀ ଆଉ ଧରାଛୁଆ ଦେଉନଥିଲା । କିଛି ଦିନ ପରେ ସେହି କମ୍ପାନୀ ପୁଣି ଆଜି ରାଜଗାଙ୍ଗପୁର ସହରକୁ ଆସି ବିଭିନ୍ନ ପ୍ରଲୋଭନ ଦେଖାଇ ତାର ପ୍ରଚାର କରିବାକୁ ଚେଷ୍ଟା ଚଳାଇଥିବା ବେଳେ ରାଜକିଶୋର ଏହାର ଘୋର ବିରୋଧ କରିବା ସହିତ ତାଙ୍କ ଦେଢ୍ ଲକ୍ଷ ଟଙ୍କା ଫେରାଇବାକୁ କମ୍ପାନୀ କର୍ମଚାରୀମାନଙ୍କ ସହିତ ପାଟିତୁଣ୍ଡ କରିଥିଲେ ।

ଶେଷରେ ଠକ୍ କମ୍ପାନୀ ପ୍ରଚାର କାର୍ଯ୍ୟ ବନ୍ଦ କରି ଫେରିଯାଇ ଥିଲେ । ତେଣୁ ପୁଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଏପରି ଠକସଂସ୍ଥା ପ୍ରତି ତୀକ୍ଷ୍ଣ ନଜର ରଖିବାକୁ ସାଧାରଣ ରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *