ପିଙ୍ଗୁଆ ଡିଗ୍ରୀ କଲେଜ ରେ ପାଳିତ ହୋଇଛି ଆନ୍ତର୍ଜାତୀୟ ବିଶ୍ଵ ମହିଳା ଦିବସ

Spread the love

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଡିଗ୍ରୀ କଲେଜ ର ଜାତୀୟ ସେବା ଯୋଜନା ଏବଂ ୟୁଥ୍ ରେଡ଼କ୍ରସର ମିଳିତ ଉଦ୍ୟମରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି । ଯାତୀୟ ସେବା ଯୋଜନାର କାର୍ୟ୍ୟକ୍ରମ ଅଧିକାରୀ ଏବଂ ୟୁଥ୍ ରେଡ଼କ୍ରସ ସଂଯୋଜକ ଅଧ୍ୟାପକ ଦିପ୍ତିରଞ୍ଜନ ମହାଳିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ସୂର୍ୟ୍ୟାଲୋକ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ପୋରୁହଖୋଜ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁଭଦର୍ଶିନୀ ପରିଡ଼ା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟବସାୟ, ଅଭ୍ୟାସ ଏବଂ ଆତ୍ମ ଚେଷ୍ଟା ଉପରେ ଗୁରୁତ୍ବ ଆରୋପ କରିପାରିଲେ ସାଧାରଣ ମହିଳା ଟିଏ ସମାଜର ମୁଖ୍ୟ ସୋପାନରେ ଅଧିଷ୍ଠିତ ହୋଇପାରିବେ ବୋଲି କହିଥିଲେ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷୟତ୍ରୀ ଦୀପ୍ତିମୟୀ ଲେଙ୍କା ଯୋଗଦେଇ ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ ମନ୍ତ୍ର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏସ .ଏଚ .ଜି ଗ୍ରୁପ ର ନିରୁପମା ନାୟକ କଲେଜ ରେ ଯୋଗ ଦେଇ ଜନ୍ମ ଠାରୁ ମୃତ୍ୟୁ ପର୍ୟ୍ୟନ୍ତ ନାରୀର ଭୁମିକା ଓ ସେମାନଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଅଧ୍ୟାପକ ବିଶ୍ଵ ରଞ୍ଜନ ଦାସ ଏବଂ ଅଧ୍ୟାପିକା ଦ୍ରୋପଦୀ ରାଉତ ନାରୀ ମାନଙ୍କର ବିଭିନ୍ନ ଭୁମିକାକୁ ଛାତ୍ରଛାତ୍ରୀମାନଙ୍କୁ ଜଣାଇଥିଲେ। କଲେଜ ତରଫରୁ ମହିୟସୀ ମହିଳା ହିସାବରେ ଶୁଭଦର୍ଶିନୀ ପରିଡା ଓ ଦୀପ୍ତିମୟୀ ଲେଙ୍କା ଏବଂ ନିରୁପମା ନାୟକ ଙ୍କୁ ଭବ୍ୟ ସଂମ୍ବର୍ଧନା ଜ୍ଞାପନ କରାଯାଇଥିଲା।ସୁନାମ ଆଣିଥିବା ୟୁଥ୍ ରେଡ଼କ୍ରସ ସ୍ବେଚ୍ଛାସେବୀ ସ୍ବର୍ଣ୍ଣପ୍ରଭା ରାଉଳ, ଲକ୍ଷ୍ମୀପ୍ରିୟା ସାହୁ ଏବଂ ଅନସୂୟା ସାହୁ ଙ୍କୁ ସମ୍ବର୍ଧିତ କରାଯାଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଅନୁଷ୍ଠିତ ଜାତୀୟ ସେବା ଯୋଜନା ତରଫରୁ ରକ୍ତଦାନ କରିଥିବା କଲେଜ ର ଆଠ ଜଣ ଛାତ୍ର ଙ୍କୁ ମଧ୍ୟ ଆଜିର ଦିବସରେ ସଂମ୍ବର୍ଧିତ କରାଯାଇଥିଲା। ଗଁଦିଆ ଡ଼ିଜିଟାଲ ମିଡ଼ିଆ ଆସୋସିଏସନର ସଭାପତି ସାମ୍ବାଦିକ ପ୍ରଦିପ ଦାସ ଏବଂ କୈଷାଦକ୍ଷ ଅକ୍ଷୟ କୁମାର ପାତ୍ର ,ସୋମ୍ୟରଞ୍ଜନ ମହାନ୍ତି ଉପସ୍ଥିତ ରହିଥିଲେ ଏବଂ ଛାତ୍ରୀ ସସ୍ମିତା ସାହୁ କାର୍ୟ୍ୟକ୍ରମ ରେ ଉପସ୍ଥିତ ଥିବା ନିମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *