ମାଷ୍ଟରକ୍ୟାଣ୍ଟିଂନ ରେଳ ଷ୍ଟେସନ ସମ୍ମୁଖ ଅଂଚଳରେ ପୋଲିସର ଚଢ଼ାଉ

Spread the love

ଭୂବନେଶ୍ବର: ଭୁବନେଶ୍ୱରରେ ଦିନ ଦ୍ବିପ୍ରହରେ ଭୁବନେଶ୍ୱରର କେନ୍ଦ୍ର ସ୍ଥଳ କୁହାଯାଉଥିବା ମାଷ୍ଟରକ୍ୟାଣ୍ଟିଂନ ରେଳ ଷ୍ଟେସନ ସମ୍ମୁଖରେ ଘଟିଥିବା ଲୋମ ଟାଙ୍କୁର ହଣା କଟା କମିଶନରେଟ ପୋଲିସର ମୁଣ୍ଡ ବ୍ୟଥା ବଢ଼ାଇ ଦେଇଛି । ତେଣୁ ପୋଲିସ ବିଭାଗର ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଧେଶ ମତେ ସମଗ୍ର ଭୁବନେଶ୍ୱର ରେଳ ଷ୍ଟେସନ ସମ୍ମୁଖ ଅଞ୍ଚଳ ଉପରେ କାଲି ସକାଳୁ ପୋଲିସ କମାଣ୍ଡୋ ବାହିନୀ ସହ ଘନଘନ ଚଢ଼ାଉ କରି ସ୍ଥାନୀୟ ଅପରାଧୀ ମାନଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଇଛି। ଘନ ଘନ ପୋଲିସ ଚଢ଼ାଉରେ ଭୟଭୀତ ହୋଇ ସ୍ଥାନୀୟ ଅପରାଧୀ ମାନେ ଫେରାର ହୋଇଯାଇଥିବା କୁହାଯାଉଛି । ପୋଲିସର ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରୁଛନ୍ତି‌ ।

Leave a Reply

Your email address will not be published. Required fields are marked *