ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଅର୍ଚନା ପୁହାଣ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲାରେ ଆଜି ଗଁଦିଆ ବ୍ଲକର ଗୁରୁତ୍ୱ ବହୁ ମାତ୍ରାରେ ବଢିଯାଇଛି l ୨୬ ନମ୍ବର ସଂଖ୍ୟା ଲକି ସାବ୍ୟସ୍ତ ହୋଇଛି l ଉକ୍ତ ବ୍ଲକ ପ୍ରଥମ ଥର ପାଇଁ ହାତେଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀ l ପ୍ରଥମେ ଉକ୍ତ ଗଁଦିଆ ବ୍ଲକରେ ୧୨ତାରିଖରେ ଅନୁଷ୍ଠିତ ହୋଇଥିଲା ବ୍ଲକ ଅଧ୍ୟକ୍ଷା ନିର୍ବାଚନ l ଏଥିରେ ୩ନଂ ଯୋନ ଅନ୍ତର୍ଗତ ମନ୍ଦାର ଗ୍ରାମ ପଂଚାୟତର ସମିତି ସଭ୍ୟା ରିନାରାଣୀ ଖଟୁଆ ନିଦ୍ଵନ୍ଦରେ ଅଧ୍ୟକ୍ଷା ନିର୍ବାଚିତ ହେଲେ l ସେଥିରେ ସଂଖ୍ୟା ଥିଲା ୨୬ l ଉକ୍ତ ବ୍ଲକର ମୋଟ ୨୯ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୨୬ ଜଣ ଉପସ୍ଥିତ ରହି ଏଥିରେ ଅଂଶ ଗ୍ରହଣ କରିଥିଲେ l ସେହିପରି ଢେଙ୍କାନାଳ ଜିଲ୍ଲାର୨୭ଗୋଟି ଜିଲ୍ଲା ପରିଷଦ ଆସନରୁ ୨୬ଗୋଟି ଜିଲ୍ଲା ପରିଷଦ ଆସନ ଶାସକ ବିଜେଡ଼ି ଦଳ ଜିତିଥିଲା l ଉକ୍ତ ଗଁଦିଆ ବ୍ଲକର ୩ନଂ ଯୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶାସକ ଦଳର ଅର୍ଚ୍ଚନା ପୁହାନ ନିଦ୍ଵନ୍ଦରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ପଦବୀରେ ଆସୀନ ହେଲେ l ଏଠାରେ ମଧ୍ୟ ସେହି୨୬ ନମ୍ବର ଲକି ସଂଖ୍ୟାର ପ୍ରଭାବ ଦେଖିବାକୁ ମିଳିଥିଲା ଅଧ୍ୟକ୍ଷା ଯାହାକୁ ନେଇ ଗଁଦିଆ ବ୍ଲକରେ ଖୁସିର ଲହରୀ ଖେଳିଯାଇଛି l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.