ବିହାର ବିଧାନ ସଭା ଆଶନ ହାତେଇଲା ଏନଡିଏ

ବିହାର ବିଧାନ ସଭା ଆଶନ ହାତେଇଲା ଏନଡିଏ
ପାଟନା : ବିହାର ବିଧାନ ସଭା ଆଶନର ଜନାଦେଶ ଜେଡିୟୁ.ବିଜେପି,ବିଆଇପି, ହମ ଏନଡିଏ ମେଣ୍ଟ ସପକ୍ଷରେ ୧୨୨ ଆଶନରେ ଓ ବିପକ୍ଷ ଆରଜେଡି,କଂଗ୍ରେସ୍‌, ବାମ ଦଳ ମହାଗଠ ବନ୍ଧନ୍ ମେଣ୍ଟକୁ ବିହାର ସପକ୍ଷରେ ୧୧୩ ଆଶନରେ ଜନାଦେଶ ମିଳିଛି। ଫଳରେ ବିହାର ବିଧାନ ସଭା ଆଶନ ହାତେଇଛି ଏନଡିଏ। ଆରଜେଡି କଡ଼ା ଟକର ଦେଇଛି।
୨୪୩ରୁ କାହାକୁ କେତେ ଆଶନ
ଏନଡିଏ : – ୧୨୫ ଜେଡିୟୁ - ୪୩ ବିଜେପି - ୭୪ ବିଆପି - ୪ ହମ - ୪

ମହାଗଠବନ୍ଧନ: – ୧୧୦ ଆରଜେଡି - ୭୫ କଂଗ୍ରେସ୍ - ୧୯ ଲେଫ୍ଟ - ୧୬ ଅନ୍ୟ - ୮

ଏନଡିଏ ମେଣ୍ଟରେ ବଡ଼ ଦଳ ଭାବେ ବିଜେପି ଆଗରେ ରହିଥିବା ବେଳେ ତଳକୁ ଖସିଛି ସୁଶାନ ବାବୁ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଦଳ ଜେଡିୟୁ । ବିହାର ରାଜନିତୀରେ ବିଜେପି ବଡ ଦଳ ହୋଇ ଉଭା ହୋଇଥିବା ମୁଖ୍ୟ ମନ୍ତ୍ରୀ କିଏ ହେବ ସାଧାରଣରେ ଚର୍ଚ୍ଚା ଯୋର ଧରିଛି। ମୁଖ୍ୟମନ୍ତ୍ରୀ ଭାବେ ନିତିଶଙ୍କ ନାମ ଘୋଷଣା କରିଥିଲା। ଏବେ ନିତିଶଙ୍କ ଦଳ ଜଡିୟୁ ପ୍ରତି ଜନମତ କମ ରହିଥିବାରୁ ବିଜେପି ମୁଖ୍ୟମନ୍ତ୍ରୀ ଭାବେ କାହାକୁ ଚାହିଁବ ତାହା ମଧ୍ୟ ରାଜନିତୀ ବିଶେଷଜ୍ଞଙ୍କ ମହଲରେ ଚର୍ଚ୍ଚା ହେଉଛି। ଏ ସବୁ ଭିତରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ଆସି ନିତିଶ ଓ ଏନ୍‌ଡିଏ ସପକ୍ଷରେ ପ୍ରଚାର କରିବା ସତ୍ତ୍ଵେ ଆରଜେଡି ନେତା ତେଜସ୍ଵୀ ଯାଦବଙ୍କ ମହାଗଠ ବନ୍ଧନ ପ୍ରତି ବୄଦ୍ଧି ପାଉଥିବା ଜନ ସମର୍ଥନକୁ ରୋକିବାକୁ ସକ୍ଷମ ହୋଇଛି। ତେବେ ତେଜସ୍ଵୀ ବଡ ଯୁବ ନେତା ଭାବେ ଉଦ୍ଭା ହୋଇଛନ୍ତି। ତେଜସ୍କୀଙ୍କ ବଡ଼ ଐତିହାସିକ ଘୋଷଣା ୧୦ ଲକ୍ଷ ବେକାରଙ୍କୁ ନିଯୁକ୍ତି ଏନଡିଏ ପାଇଁ ଚିନ୍ତାର କାରଣ ହୋଇଥିଲି । ପରେ ଏନିଡିଏ ୧୯ ଲକ୍ଷ ବେକାରଙ୍କୁ ପାଇଁ ନିଯୁକ୍ତି ସୃଷ୍ଟି ଘୋଷଣା ଗଠବନ୍ଧନକୁ ଭୋଟରେ ପଛରେ ପକାଇ ଅଧିକ ଆଶନ ହାତେଇବାକୁ ସକ୍ଷମ ହୋଇଥିବା ଚର୍ଚ୍ଚା ହେଉଛି। ଏନଡିଏ ନେତା ଦ୍ଭାବେ ନିତିଶ କୁମାର ସହ ଦଳର ନେତାମାନେ ଖୁବ ଶିଘ୍ର ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବା ପାଇଁ ପ୍ରସ୍ତାବ ରଖିବେ ବୋଲି ଏନଡିଏ ଘୋଷଣା କରିଛି। ଏଥର ବିହାର ନିର୍ବାଚନରେ ପ୍ରଥମ କରି ଅସଫ ଉଦ୍ଧିନ ଓଏସିଙ୍କ ଦଳ ଏଆଇଏମ୍ଆଇ ଉନ୍ନତ ପ୍ରଦର୍ଶନ କରି ୫ଟି ଆଶନରେ ବିଜୟୀ ହୋଇଥିବା ବେଳେ ଏଲଜେପିକୁ ମାତ୍ର ଗୋଟିଏ ଆଶ୍ରନ ମିଳିଛି। ମୋଟା ମୋଟି ଭାବେ ସଂଖ୍ୟା ଗରିଷ୍ଠ ଦଳ ଭାବେ ୧୨୫ ଆଶନ ସହ ବହୁମତ ହାସଲ କରି ଏନଡିଏ ସରକାର ଗଠନ କରିବେ । ନିତିଶ ଚ଼ତୁର୍ଥ ଥର ପାଇଁ ବିହାର ମୁଖ୍ୟ ମନ୍ତ୍ରୀ ଭାବେ ଦାୟିତ୍ଵ ନେବେ।

Leave a Reply

Your email address will not be published.