ଲକ୍ଷ୍ମିପୁର ଖେରି ହିଂସା ଘଟଣାରେ ରାଷ୍ଟ୍ରପତିଙ୍କୁ ଭେଟିବେ କଂଗ୍ରେସ ପ୍ରତିନିଧି ମଣ୍ଡଳ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ୟୁପିର ଲକ୍ଷ୍ମିପୁର ଖେରି ଜିଲ୍ଲାରେ ହିଂସା ଘଟଣା ସମ୍ପର୍କରେ ଆଜି କଂଗ୍ରେସ ପ୍ରତିନିଧୀ ମଣ୍ଡଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ । ଏହି ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ରହିବେ। ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ସକାଳ ୧୧.୩୦ ରେ ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟିବେ ଓ ଘଟଣା ସମ୍ପର୍କିତ ତଥ୍ୟ ସହିତ ତାଙ୍କୁ ଏକ ସ୍ମାରକପତ୍ର ଦାଖଲ କରିବେ ।

ଏହି ସମୟରେ ସେ ରାଷ୍ଟ୍ରପତିଙ୍କ ସହ କୃଷକଙ୍କ ମୃତ୍ୟୁ ସମ୍ପର୍କରେ ଆଲୋଚନା କରିବେ । ତେବେ କଂଗ୍ରେସ ପ୍ରତିନିଧୀ ରାଷ୍ଟ୍ରପତି କୋବିନ୍ଦଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତାଙ୍କ ପଦରୁ ହଟାଇବାକୁ ଦାବି କରିପାରନ୍ତି । ସେ ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିପାରିନ୍ତି ।

Leave a Reply

Your email address will not be published.