ବିଜେପି ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଆଜି ବିଜେପି ପାର୍ଟି ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିବା ସମ୍ପର୍କରେ ବିଜେକେଏମ ଷ୍ଟେଟ ସଭାପତି ପ୍ରଦୀପ ପୁରହିତ ଆଜିର ଏହି ପ୍ରେସ ମିଟ ଡାକିଥିଲେ । ପ୍ରଦୀପ ପୁରହିତ କହିଛନ୍ତିଯେ, ମୁଖ୍ୟମନ୍ତ୍ରୀ ଅରୁଆ ଚାଉଳ ଓ ଉଶୁନା ଚାଉଳ ଭିତରେ ସମାଧାନ ବିଷୟରେ ଚିଠିରେ ଲେଖିଛନ୍ତିି । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଛି । ସେଥିପାଇଁ ନିଜର ଦୋଷକୁ ଘୋଡାଇବା ପାଇଁ ଏପରି କରୁଛନ୍ତି । ପ୍ରଦୀପ ପୁରହିତ ଏହା ମଧ୍ୟ କହିଥିଲେଯେ, ଓଡିଶା ସରକାର ଚାଷୀ ମାନଙ୍କ ପାଇଁ ନାହାଁନ୍ତି । ମିଲରମାନଙ୍କ ପାଇଁ ଅଛନ୍ତି । ସବୁ ଜିଲ୍ଲାର ସଚିବ ଯେତେବେଳେ ଦିଲ୍ଲୀ ଯାଇଥିଲେ, କାହିଁକି ଚୁପ ବସିଥିଲେ ଓଡିଶା ସରକାରଙ୍କର ସଚିବ । ଏନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ପ୍ରଦୀପ ପୁରହିତ ।

Leave a Reply

Your email address will not be published.