ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା, ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷର ଅନୁକମ୍ପା

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା । ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷର ଅନୁକମ୍ପା । ହିଂସା, ଅସାମାଜିକ ଲୋକଙ୍କ ଆକ୍ରମଣ, ବୋମା ବିସ୍ଫୋରଣ, ସଂଘବଦ୍ଧ ଆକ୍ରମଣରେ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ ମୃତ୍ୟୁବରଣ କଲେ ଏହି ଅନୁକମ୍ପା ରାଶି ଦିଆଯିବ । ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କା, ହିଂସାରେ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ ଦିବ୍ୟାଙ୍ଗ ହୋଇଗଲେ ୧୫ ଲକ୍ଷ, ଯେପରିକି ଆଖି ନଷ୍ଟ ହୋଇଗଲେ ୧୫ ଲକ୍ଷ ଟଙ୍କା ମିଳିବ । ସେହିଭଳି ଅନ୍ୟ କାରଣରୁ ଯେପରିକି କୌଣସି ଦୁର୍ଘଟଣା କାରଣରୁ ଦିବ୍ୟାଙ୍ଗ ହୋଇଗଲେ ସାଢେ ୭ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ ।

Leave a Reply

Your email address will not be published.