ଗଜପତି: ଗଞ୍ଜେଇ ଚଢ଼ାଉରେ ଲାଗୁନି ବ୍ରେକ,ପୁଣି ଜବତ ହେଲା ୧ କୁଇଣ୍ଟାଲ ଗଞ୍ଜେଇ

Spread the love

ଗଜପତି, (ନାଗରାଜ ନ୍ୟୁଜ ): ୦୭/୦୮/୨୦୨୦

ଲାଗୁଛି ଯେମିତି ଚୋରା ଗଞ୍ଜେଇ ବେପାରୀଙ୍କ ଭୂସ୍ୱର୍ଗ ପାଲଟିଛି ଗଜପତି ଜିଲ୍ଲାର ମୋହନା ଅଞ୍ଚଳ। ପ୍ରାୟତଃ ଦିନେ ଦୁଇ ଦିନରେ ଥରେ ମୋହନା କିମ୍ବା ଅଡବା ଥାନା ଅଞ୍ଚଳରେ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଉଛି l ଶୁକ୍ରବାର ସକାଳୁ ପୁଣି ୧୧୫ କେଜି ଗଞ୍ଜେଇ ଜବତ କରିଛି ଅଡବା ପୋଲିସ। ପେଟ୍ରୋଲିଙ୍ଗ ସାରି ଫେରୁଥିବା ବେଳେ ଇଡିକିମl ଗୁଣ୍ଡିମା ରାସ୍ତାରେ ଏକ ଟାଟା ଏସିଇ ନଂ-JH-1-DM-3657ରୁ ଏହି ଗଞ୍ଜେଇ ଜବତ କରାଯାଇଛି। ଉକ୍ତ ଗଞ୍ଜେଇ ରାୟଗଡା ଜ଼ିଲ୍ଲା ରୁ ଝାଡ଼ଖଣ୍ଡ ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି l ଜବତ ଗଞ୍ଜେଇର ମୂଲ୍ୟ ୫ ଲକ୍ଷ ୭୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି l ପୋଲିସ ଗାଡିଚାଳକ ଝାଡ଼ଖଣ୍ଡ ଲୋହାରଡାଗା ଜ଼ିଲ୍ଲା ସାବେଡା ଗ୍ରାମର ରୋହିତ ଗୋପକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏହି ଚଢ଼ାଉରେ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ। ଗତ ଏକ ସପ୍ତାହ ମଧ୍ୟରେ ପୋଲିସ ବିପୁଳ ଗଞ୍ଜେଇ ଜବତ କରିବା ସହ ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରୁଛି । କିନ୍ତୁ ଅଞ୍ଚଳରେ ରହି ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରିବାରେ ସହଯୋଗ କରୁଥିବା ଆଞ୍ଚଳିକ ମାଫିଆ ମାନେ ପୋଲିସ ହାତରେ ପଡୁନାହାନ୍ତି। ଯଦି ଏହାର ବିଧିବଦ୍ଧ ତଦନ୍ତ ସହ କିଛି ଦିନ ତଳେ ଅଂଶୁ ନାମକ ଯୁବକ ର ଭାଇରଲ ହୋଇଥିବା ଅଡିଓ ରେକର୍ଡ଼ିଂର ଯାଞ୍ଚ ହୋଇପାରନ୍ତା ତେବେ ଅଞ୍ଚଳରେ ଚାଲିଥିବା ଚୋରା ଗଞ୍ଜେଇ ର‍୍ୟାକେଟ ପର୍ଦାଫାଶ ହୋଇପାରନ୍ତା l

 

 

Leave a Reply

Your email address will not be published. Required fields are marked *