ଆନ୍ତର୍ଜାତିକ ସାମାଜିକ ସନ୍ନମାନରେ ସନ୍ନମାନିତ ହେବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ହରିହର ସାହୁ

Spread the love

ଢେ଼ଙ୍କନାଳ,(ନାଗରାଜ ନ୍ୟୁଜ): ଓଡ଼ିଶାର ଭୁବନେଶ୍ୱର ଠାରେ ଜୟଦେବ ଭବନ ଠାରେ ଆସନ୍ତା କାଲି ଆନ୍ତର୍ଜାତିକ ସାମାଜିକ ସମ୍ମାନ ସମାରୋହ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଉତ୍ସବ ରେ ବିଶିଷ୍ଟ ପରିବେଶବିତ୍ ତଥା ବିଶିଷ୍ଟ ଶିକ୍ଷାବିତ୍ ହରିହର ସାହୁ, ପ୍ରଧାନ ଶିକ୍ଷକ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଙ୍କୁ ଆନ୍ତର୍ଜାତିକ ସାମାଜିକ ସମ୍ମାନ ରେ ବିଭୁଷିତ କରାଯିବ ର କାର୍ଯ୍ୟକ୍ରମ ଅଛି। ପରିବେଶ ସୁରକ୍ଷା ଓ ଶିକ୍ଷାଦାନ କ୍ଷେତ୍ରରେ ଶ୍ରୀ ସାହୁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସାମାଜିକ ଅନୁଷ୍ଠାନ ସହିତ ଶ୍ରୀ ସାହୁ ବିଶେଷ ଭାବରେ ଜଡ଼ିତ ଅଛନ୍ତି। ଏଣୁ ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ ବ୍ଳକ ର ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ, ଶ୍ରୀ ସାହୁ ଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ନିମନ୍ତ୍ରଣ କାର୍ଡ ରେ ଲିପିବଦ୍ଧ ହୋଇଅଛି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *