ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ

Spread the love

ପୁରୀ, (ନାଗରାଜ ନ୍ୟୁଜ): ବଙ୍ଗୋପସାଗର ସମ୍ଭାବ୍ୟ ବାତ୍ୟା ଆଶଙ୍କା କୁ ଦୃଷ୍ଟି ରେ ରଖିଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ଆଶଙ୍କା କୁ ଦୃଷ୍ଟି ରେ ରଖାଯାଇ ଉପକୂଳବର୍ତି ଜିଲ୍ଲାର ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏସ ଆର ସି ଙ୍କ ସହ ବୈଠକ ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା କୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷ କରି କୃଷକମାନେ ବିଲରେ ହୋଇ ଥିବା ତାଙ୍କର ଧାନ ସୁରକ୍ଷିତ ସ୍ଥାନକୁ ନେଇ ଯିବାକୁ ସମସ୍ତ ତହସିଲର ରେ ମାଇକିଯୋଗେ ପ୍ରଚାର କରାଯାଉଛି। ସେହିପରି ବାତ୍ୟା ଆଶ୍ରୟ ସ୍ଥଳୀ ରେ ଥିବା ଅସୁବିଧା ତୁରନ୍ତ ସମାଧାନ କରି ପ୍ରସ୍ତୁତ ରଖିବାକୁ ଜିଲ୍ଲା ସମସ୍ତ ବ୍ଳକ କୁ ନିର୍ଦେଶ ଦିଆଯାଇଛି। ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଅଧିକାରୀଙ୍କୁ ଜିଲାପାଳ ନିର୍ଦେସ ଦେଇଛନ୍ତି। ତେବେ ବାତ୍ୟା ସମ୍ପର୍କରେ ଏବେବି ଚିତ୍ର ଓ ତଥ୍ୟ ସଠିକ ଆସିନଥିବା ବେଳେ ଲୋକ ମାନେ ଭୟଭୀତ ନ ହେବାକୁ ପୁରୀ ଜିଲାପାଳ କହିଛନ୍ତି । ପ୍ରଶାସନ ପକ୍ଷରୁ ଦିଆଯାଉଥିବା ନିର୍ଦ୍ଦେଶ ପାଳନ ରେ ଜନସାଧାରଣ ସହଯୋଗ କରିବାକୁ ପୁରୀ ଜିଲାପାଳ ସମର୍ଥ ବର୍ମା ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *