ଆମ୍ବେଦକର ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି

Spread the love

ପାଟଣାଗଡ, (ନାଗରାଜ ନ୍ୟୁଜ): ପାଟଣାଗଡ ସ୍ଥିତ ବିଶ୍ୱକର୍ମା ମଣ୍ଡପ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କାର୍ଯ୍ୟକାରିଣୀ ବୈଠକ ନିରଞ୍ଜନ ବିଶି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଏପ୍ରିଲ 14 ରେ ସମ୍ବିଧାନ ପ୍ରଣେତା ଡ଼ ବି.ଆର ଆମ୍ବେଦକର ଙ୍କ ଜୟନ୍ତୀ ପ୍ରତ୍ୟେକ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ପାଳନ କରିବାକୁ ସ୍ଥିର କରିଥିବା ସୂଚନା ମିଳିଛି l ଆମ୍ବେଦକର ଜୟନ୍ତୀ ଅବସରରେ ଭାରତୀୟ ସମ୍ବିଧାନ ରେ ଆଦିବାସୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଶିକ୍ଷା, ନିଯୁକ୍ତି,ପଦୋନ୍ନତି, ଜମି, ଜଳ, ଜଙ୍ଗଲ,ଜୀବନ ଜୀବିକା ସମ୍ବନ୍ଧୀୟ ଆଇନ କାନୁନ, ନୀତିନିୟମ,ଶିକ୍ଷା ର ବିକାଶ,ସାମାଜିକ, ରାଜନୈତିକ, ଅର୍ଥନୈତିକ ବିକାଶ,ଭାଷା ଧର୍ମ ସଂସ୍କୃତି ପାଳନ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି କରାଯାଇଛି l ଆଦିବାସୀ ସମାଜର ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା,ଗୁଣାତ୍ମକ ଶିକ୍ଷା,ଧନ୍ଦାମୂଳକ ବୃତ୍ତିଗତ ଶିକ୍ଷା ପାଇଁ ପଦକ୍ଷେପ ନେବାକୁ ଆଦିବାସୀ ନେତୃମଣ୍ଡଳୀ ଆହ୍ୱାନ କରିଥିଲେ l କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ରେ ସମ୍ପୂର୍ଣ ନିଃଶୁକ୍ଳ ଏବଂ ନିଃଶୁଳ୍କ ଆବାସିକ ପାଠ ପଢିବା ପାଇଁ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବାକୁ ସ୍ଥିର କରାଯାଇଥିଲା l ଓଡିଶା ସରକାର ଙ୍କ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଦ୍ୱାରା ପରିଚାଳିତ ଆବାସିକ କଲେଜ ଗୁଡିକ ରେ ଖାଇବା ଖର୍ଚ୍ଚ ବାବଦରେ ମାସକୁ ଏକ ହଜାର ଟଙ୍କା ଲେଖାଏଁ ଅସୁଲ କରୁଥିବା ରୁ ସରକାର ଙ୍କ ଆଦିବାସୀ ବିରୋଧୀ କାର୍ଯ୍ୟ କୁ ସଭାରେ ନିନ୍ଦା କରାଯାଇଥିଲା l ସରକାର ଙ୍କ ଏସଟି ଏସସି ଉନ୍ନୟନ ବିଭାଗ ତୁରନ୍ତ ଆଦିବାସୀ ଛାତ୍ରଛାତ୍ରୀ ଙ୍କ ଖାଇବା ଖର୍ଚ୍ଚ ସମେତ ସମସ୍ତ ଫିଜ ପ୍ରତ୍ୟାହାର ନ କଲେ ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି l ବୈଠକ ରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ ର ମହାସଚିବ ନିରଞ୍ଜନ ବିଶି,ସଭାପତି ଅସ୍ତରତ୍ନ ବରିହା,ସମ୍ପାଦକ ସାରଥୀ ବାଗ,ସହସଂପାଦକ ଗିରିଧାରୀ ଭୋଇ,ଧୁବଳେଶ୍ୱର ଭୋଇ,ମନବୋଧ ବରିହା,ରଘୁନାଥ ବିଶ୍ୱାଳ,ଘନ ଭୋଇ,ଲଳିତ ମଲ୍ଲିକ,ଲେକୃ ଧରୁଆ,ହୃଷିକେଶ ଭୋଇ,ମେଘ ବର୍ଗେ,ଥବିର ଧରୁଆ, ପ୍ରମୁଖ ଉପସ୍ଥିତ ଥିଲେ l

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *