ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଶେଷ

Spread the love

କଟକ,(ନାଗରାଜ ନ୍ୟୁଜ): ଆସନ୍ତା 11ତାରିଖ ଶନିବାର ଦିନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କୁ ଆସିବେ।ରାଷ୍ଟ୍ରପତିଙ୍କର ଏହି ଗସ୍ତ କୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି। ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରୁ ସେନାବାହିନୀ ହେଲିକ୍ୟାପ୍ଟର ଯୋଗେ ବିଦ୍ୟାଧରପୁର ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନ ପଡିଆ ଠାରେ ଅବତରଣ କରିବେ। ସେଠାରୁ ସିଧାସଳଖ ଧାନ ଗବେଷଣା କେନ୍ଦ୍ରର ପ୍ରେକ୍ଷାଳୟରେ ପହଞ୍ଚି ମହାମହିମ ରାଷ୍ଟ୍ରପତି ଦ୍ଵିତୀୟ ଭାରତୀୟ ରାଇସ କଂଗ୍ରେସ କୁ ଉଦ୍ଘାଟନ କରିବେ।

ଏହି ରାଇସ କଂଗ୍ରେସ ତିନିଦିନ ଧରି ଅନୁଷ୍ଠିତ ହେବ। ଏହି ବିଶାଳ ବିଜ୍ଞାନ ସମ୍ମିଳନୀରେ ଦେଶ ବିଦେଶରୁ 300ରୁ ଉର୍ଦ୍ଧ୍ବ ବୈଜ୍ଞାନିକ ଗବେଷକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଧାନ ଉତ୍ପାଦନ ଉପରେ ଆଲୋଚନା କରିବେ। ମହାମହିମ ରାଷ୍ଟ୍ରପତି ଦିନ 11 ଘଟିକା ଠାରୁ 12 ଘଟିକା ପର୍ଯ୍ୟନ୍ତ ଏହି ଅଧିବେଶନରେ ଉପସ୍ଥିତ ରହିବେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର,ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ବିଶେଷ ଅତିଥି ଭାବେ ଯୋଗ ଦେବାର ରହିଛି । କାର୍ଯ୍ୟକ୍ରମ ଉଦ୍ଘାଟନ ପରେ ମହାମହିମ ରାଷ୍ଟ୍ରପତି ଦିନ 12 ଟା ବେଳେ ପୁନଃ ରାୟ ସେନାବାହିନୀ ର ହେଲି କ୍ୟାପ୍ଟର ଯୋଗେ ଭୁବନେଶ୍ୱର ବିମାନ ବନ୍ଦର କୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜାତୀୟ ଧାନ ଗବେଷଣା କେନ୍ଦ୍ରର ନିର୍ଦେଶକ ଡକ୍ଟର ଏ କେ ନାୟକ ପ୍ରକାଶ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଏ କେ ନାୟକ, ପି କେ ଅଗ୍ରୱାଲ, ଜି ଏ କେ କୁମାର,ସଞ୍ଜୟ ସହା ସାମ୍ବାଦିକ ମାନଙ୍କୁ ରାଷ୍ଟ୍ରପତି ଙ୍କ ର ଗସ୍ତ ସମ୍ପର୍କ ରେ ସୂଚନା ଦେଇ କହିଲେ ଜନ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ କେନ୍ଦ୍ର ସରକାର ଖାଦ୍ୟ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ରଖି କଟକ ବିଦ୍ୟାଧରପୁର ଠାରେ ଧାନ ଗବେଷଣା କେନ୍ଦ୍ର ସ୍ଥାପନ କରିଥିଲେ। ବର୍ତ୍ତମାନ ଏହି ପ୍ରତିଷ୍ଠାନରେ ଆଧୁନିକ ଜ୍ଞାକୌଶଳ ପ୍ରୟୋଗ କରି ନାନା କିସମର ଧାନ ଉତ୍ପାଦନ କରୁଛି। ସମଗ୍ର ଏସିଆରେ ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ର ସବୁଠାରୁ ଉତ୍କୃଷ୍ଟ ବୋଲି ପରିଚିତ। ଆଜି ଏହି ପ୍ରତିଷ୍ଠାନର ପ୍ଲାଣ୍ଟି ନମ ଯୁବୁଲି ହଲ ଠାରେ ଦ୍ଵିତୀୟ ଭାରତୀୟ ରାଇସ କଂଗ୍ରେସର ଅଧିବେଶନ ଅନୁଷ୍ଠିତ ହେବ। ଧାନ ଅନୁସନ୍ଧାନର ପରିବର୍ତ୍ତନ ବୈଜ୍ଞାନିକ ପ୍ରଣାଳୀ ଏବଂ ବିଶ୍ୱ ଖାଦ୍ୟ ସଙ୍କଟ ବିଷୟ ବସ୍ତୁକୁ ନେଇ ଆଲୋଚନା କରାଯିବ।

Leave a Reply

Your email address will not be published. Required fields are marked *