ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଓଡ଼ିଶାବାସୀଙ୍କ ଗର୍ବ ଓ ଗୋୖରବ ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଭାରତର ସର୍ବୋଚ୍ଚ ସ୍ଥାନରେ ଅଳକୃତ ହେବାପରେ ପ୍ରଥମର ପାଇଁ ଓଡିଶା ଗ୍ରସ୍ତରେ ଆସୁଛନ୍ତି । ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।ଏହି ପରିପେକ୍ଷିରେ ପୁରୀ ଜିଲ୍ଲା ଅଙ୍କିଆ ଗ୍ରାମର ଚିତ୍ରଶିଳ୍ପୀ ଦିବ୍ୟଜ୍ୟୋତି ମାର୍ଥା ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣେଇବା ପାଇଁ ଏକ ତୈଳ ଚିତ୍ର ଆଙ୍କିଛନ୍ତି ଏହି ଚିତ୍ରଟିକୁ ପ୍ରସ୍ତୁତ କରିବାକୁ ଦିବ୍ୟାଜ୍ୟୋତିଙ୍କୁ ଦୁଇଦିନ ସମୟ ଲାଗିଥିଲା ।ପୁରୀ ଜିଲ୍ଲା ପ୍ରଶାସନ ଯଦି ସହଯୋଗ କରନ୍ତି ତାହାଲେ ଏହି ତୈଳଚିତ୍ର ଟି ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିପାରନ୍ତା ବୋଲି ଚିତ୍ରଶିଳ୍ପୀ ଦିବ୍ୟଜ୍ୟୋତି କହିଛନ୍ତି।

Leave a Reply

Your email address will not be published. Required fields are marked *