ପୁରୀରେ ଚାବର ଅଫ୍ କୋମ୍ମାଆର ତରଫରୁ ସାମ୍ବାଦିକ ସମ୍ମିଳନୀ

Spread the love

ପୁରୀ, (ନାଗରାଜ ନ୍ୟୁଜ): ଆଜି ପୁରୀରେ ଚାବର ଅଫ୍ କୋମ୍ମାଆର ତରଫରୁ ଏକ ଘରୋଇ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବାଦର ପ୍ରତିଷ୍ଠାତା ସୋମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ପୁରୀର ବର୍ଷୀୟ ଫୋଟୋ ସାମ୍ବାଦିକ ଲୋକନାଥ ପାତ୍ରଙ୍କ ସହଧର୍ମିଣୀଙ୍କୁ ଅନୁଷ୍ଠାନ ପକ୍ଷରୁ ୫୦୦୦ ଟଙ୍କା ଦେବା ସହ ଇଷ୍ଟନ ମିଡିଆ ତରଫରୁ ୫୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ସଭାପତି ବିଜୟ ପତି ପୁରୀର ଛୋଟ ତଥା ବ୍ୟବସାୟମାନଙ୍କ ଅସୁବିଧା ବିଷୟରେ କହିବା ସହ ଶ୍ରୀମନ୍ଦିର ବନ୍ଦ ହେବା ଯୋଗୁ ବ୍ୟବସାୟୀମାନେ ବହୁତ କ୍ଷତି ସହୁଥିବା କଥା ଆଲୋଚନା ହୋଇଥିଲା । ଏହି ସଭାରେ ଦେବୀ ପ୍ରସନ ନନ୍ଦ, କିଷାନଲାଲ ଓ ବିଭୁ ସୁବୁଦ୍ଧି ଆଦି ଯୋଗଦେଇଥିଲେ । ଶେଷରେ ଭକ୍ତ ଚରଣ ଦାସ ଧନ୍ୟବାଦ ଦେଇ ସଭା ଭଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *