ତେରା ପନ୍ଥ ମହାସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Spread the love

ପୁରୀ, (ନାଗରାଜ ନ୍ୟୁଜ): ଅହିଂସା ଏକ ମାତ୍ର ଅସ୍ତ୍ର ଯେଉଁ ଅସ୍ତ୍ର ଟି ସମଗ୍ର ବିଶ୍ଵରେ ଶାନ୍ତି ପ୍ରତିଷ୍ଠା କରିପାରିବ।ବେ ରୋଜଗାର, ଶିକ୍ଷାର ଅଭାବ ଯୋଗୁଁ ସମାଜ ରେ ହିଂସାର ବାତାବରଣ ଦିନକୁ ଦିନ ବଢ଼ିବାରେ ଲାଗିଛି।ଯେଉଁ ରାଜ୍ୟ ରାଷ୍ଟ୍ର ଯେତେ ଶିକ୍ଷିତ ସେହି ରାଜ୍ୟ ଓ ରାଷ୍ଟ୍ର ରେ ଅପରାଧ କମି ଶାନ୍ତି ପ୍ରତିଷ୍ଠା ହୋଇପାରିଛି।ସାମ୍ପ୍ରତିକ ଦେଶରେ କେତେକ ରାଷ୍ଟ୍ରର ଯୁଦ୍ଧ ଖୋର ମନୋ ବୃତ୍ତି ଯୋଗୁ ବିଶ୍ୱରେ ଏକ ଅଶାନ୍ତି ବାତାବରଣ ସୃଷ୍ଟି ହେଉଛି।ଆଣବିକ ବୋମା ମାନବ ଜାତି ପ୍ରତି ବିପଦ ସୃଷ୍ଟି କରିଛି।ତେଣୁ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କାଟିବାକୁ ହେଲେ ଅହିଂସା ଏବଂ ଆଚାର୍ଯ୍ୟ ମହା ଶ୍ରମଣଙ୍କ ନୀତି ଓ ଆଦର୍ଶର ପ୍ରାସଙ୍ଗିକତା ରହିଛି। ତେଣୁ ଏବେ ଠାରୁ ପ୍ରତ୍ୟେକ ପରିବାର ସଚେତନ ରହି ମାନବ ଜାତିର କଲ୍ୟାଣ ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅହିଂସା ବତା ବରଣ ସୃଷ୍ଟି ଉପରେ ମୁନି ଜ୍ଞାନେନ୍ଦ୍ର କୁମାର ପ୍ରକାଶ କରିଛନ୍ତି ।

ଆଜି କଟକ କାଠ ଗଡା ସାହି ସ୍ଥିତ ଜୈନ ତେରାପନ୍ଥ ଭବନ ଠାରେ ତେରା ପନ୍ଥ ମହା ସଭା ପାକ୍ଷ୍ୟରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରା ଯାଇଥିଲା।ଏହି ସମ୍ମିଳନୀରେ ମୁନି ଜ୍ଞାନେନ୍ଦ୍ର କୁମାର,ମୁନି ବିମଲେଶ ଜି,ମୁନି ଶ୍ରୀ ପଦ୍ମ କୁମାର ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇ କହିଲେ ମାନବ ଧର୍ମ ହେଉଛି ଶ୍ରେଷ୍ଠ ଧର୍ମ ସାମ୍ପ୍ରତିକ ବିଶ୍ୱରେ ଅଶାନ୍ତି ବାତା ବରଣ ସୃଷ୍ଟି ହୋଇଛି ତେଣୁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେ ସମସ୍ତେ ମିଳି ମିଶି ଅହିଂସା ମାର୍ଗରେ ଚାଲିବା ଏବଂ ଅଣୁ ବ୍ରତର ସୂତ୍ର ଅକ୍ଷରେ ଅକ୍ଷରେ ପାଳନ କଲେ ତେବେ ଯାଇ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ।ଏହି ସାମ୍ୱାଦିକ ସମ୍ମିଳନୀରେ ମୋହନ ଲାଲ ସିଙ୍ଗି,ମଙ୍ଗଳ ଚାନ୍ଦ ଚୋବ୍ରା, ପୁଷ୍ପା ସୀଙ୍ଗି,ମାନିକ୍ଚାନ୍ଦ୍ ପୁବେଲିଆ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *