ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ

Spread the love

କଟକ, (ନାଗରାଜ ନ୍ୟୁଜ): କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିଲା ପରେ ସରକାରଙ୍କର ଆତ୍ମ ନିର୍ଭରଶୀଳ ଭାରତ ପରିକଳ୍ପନା ଆଜି ସଫଳ ହୋଇଛି। ମୋଦି ସରକାର କ୍ଷମତାକୁ ଆସିବା ପରେ ବିଭିନ୍ନ ଜନ ହିତକାରୀ ଯୋଜନା ଓଡ଼ିଶା ବାସୀ ଙ୍କ ନିକଟରେ ପହଞ୍ଚି ପାରୁ ନାହିଁ।ବହୁ ଯୋଜନାରେ ଅନିୟମିତତା ରହିଛି ବୋଲି କେନ୍ଦ୍ର ସ୍ଵରାଷ୍ଟ୍ର ଗୃହ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାଏ ଆଜି ସର୍କିଟ ହାଉସ ଠାରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ କରିକହିଲେ କେନ୍ଦ୍ର ସରକାରଙ୍କର ପ୍ରଧାନ ମନ୍ତ୍ରୀ ଆଵାସ ଯୋଜନା, କିସାନ୍ ସମ୍ମାନ ଯୋଜନା,ମୁଦ୍ରା ଯୋଜନା, ପାନୀୟ ଜଳ ଅମୃତ ଯୋଜନା, ଉଜ୍ଵଳା ଯୋଜନା,ବିଦ୍ୟୁତ୍ ସଂଯୋଗ ଯୋଜନା ଏବଂ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରାଯାଇ ପାରୁ ନାହିଁ ବୋଲି କହିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଏ ଗତ କାଲି ଠାରୁ କଟକ ଜିଲ୍ଲାରେ ଦୁଇ ଦିନିଆ ଗସ୍ତ କରି ଜିଲ୍ଲାରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସମୀକ୍ଷା କରିଛନ୍ତି। ଏହା ପରେ ମନ୍ତ୍ରୀ ଶ୍ରୀ ରାଏ କଟକ ଆଜି ମା କଟକ ଚଣ୍ଡୀ ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ମା ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ପରେ ପରେ ସେ ନେତାଜୀ ଙ୍କ ଜନ୍ମ ସ୍ଥାନ ସଂଗ୍ରାହଳୟ କୁ ପରିଦର୍ଶନ କରି ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ସଂଗ୍ରାହଳୟ କୁ ବୁଲି ଦେଖିଥିଲେ। ଏ ସମ୍ପର୍କ ରେ ଶ୍ରୀ ରାଏ ଗଣ ମାଧ୍ୟମକୁ ଏକ ବିବୃତି ଦେଇ କହିଲେ ବର୍ତ୍ତମାନ ଦେଶରେ ଆଯଦୀକି ଅମୃତ ଉତ୍ସବ ପାଳନ କରାଯାଉଛି। ଦେଶର ସ୍ଵାଧୀନତା ଆନ୍ଦୋଳନ କ୍ଷେତ୍ରରେ ନେତାଜୀ ଙ୍କ ଯୋଗ ଦାନ ଅବିସ୍ମରଣୀୟ ଆଜି ନେତାଜୀଙ୍କର ଏକ ପୂର୍ଣ୍ଣାଙ୍ଗ ପ୍ରତି ମୂର୍ତ୍ତି ଦିଲ୍ଲୀ ଠାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଅନାବରଣ ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ।ନେତାଜୀଙ୍କ ଜନ୍ମ ସ୍ଥାନ କଟକ ମାଟିରେ ହୋଇଥିବାରୁ କଟକ ବାସୀ ନେତାଜୀଙ୍କୁ ନେଇ ସମଗ୍ର ବିଶ୍ଵରେ ଗର୍ବ ଅନୁଭବ କରିଥାଏ। ମନ୍ତ୍ରୀ ଶ୍ରୀ ରାଏ ଙ୍କୁ ଆଜି ବିଭିନ୍ନ ସ୍ଥାନରେ ସମ୍ୱର୍ଦ୍ଧିତ କରାଯାଇଥିଲା। ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।ଏହି ସମ୍ମିଳନୀରେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରଣୀର ସଦସ୍ୟ ପ୍ରୁଥିରାଜ୍ ହରିଚନ୍ଦନ,ଜିଲ୍ଲା ସଭାପତି ପ୍ରକାଶ ବେହେରା, ପିତାମ୍ବର ଆଚାର୍ଯ୍ୟ, ଦିଲ୍ଲୀପ ମଲ୍ଲିକ,ନୟନ କିଶୋର ମହାନ୍ତି,ଲଲାଟେନ୍ଦୁ ବଡୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *