ମଧୁପାଟଣାଠାରେ ଜଳିଗଲା ଘରୋଇ ବସ୍

Spread the love

କଟକ,(ନାଗରାଜ ନ୍ୟୁଜ): ମଧୁପାଟଣା ଠାରେ ଆଜି ଦିବାଲୋକରେ ଏକ ଘରୋଇ ବସ୍ ସମ୍ପୂର୍ଣ ଜଳି ଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ତଥାପି ଏହି ଅଗ୍ନି କାଣ୍ଡକୁ ନେଇ ନାନା ମତ ପ୍ରକାଶ ପାଉଛି। ଏହା ଏକ ଦୁର୍ଘଟଣା ନା ମନୁଷ୍ୟକୃତ ନେଇ ବେଶ୍ ଚର୍ଚା ହେଉଛି। ଅଗ୍ନି କାଣ୍ଡ ଘଟିବା ପରେ ଫାୟାର ବ୍ରିଗ୍ରେଡ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗାଡ଼ିଟି ନିୟମିତ ଭାବରେ ଯାତ୍ରୀ ନବା ଆଣିବା ପରେ କାଠ ଯୋଡ଼ି ଷ୍ଟେସନ ର ଏକ ନିଛାଟିଆ ସ୍ଥାନରେ ଛିଡା ହୋଇଥିଲା। ସ୍ଥାନୀୟ ଲୋକ ନିଆଁ କୁ ଦେଖିବା ମାତ୍ରେ ଦମକଳ ବାହିନୀ କୁ ଖବର ଦେଇଥିଲେ। ନିଆଁ ଯେପରି ନ ବ୍ୟାପେ ସେଥି ପାଇଁ ଦମକଳ ବାହିନୀ କୌଣସି ପ୍ରକାର ନିଆଁ କୁ ଆୟତ୍ତ କରିଥିଲେ। ଏଭଳି ଏକ ଜନ ବହୁଳ ନିଛାଟିଆ ସ୍ଥାନରେ ଏକ ଯାତ୍ରୀ ବାହି ବାସ ରେ ନିଆଁ ଲାଗିବା ଘଟଣା କୁ ନେଇ ସାଧାରଣରେ ଚାନ୍ଚଲ୍ୟ ଖେଳି ଯାଇଛି। ମଧୁପାଟଣା ପୋଲିସ ଏବଂ ଅଗ୍ନିଶମ ବିଭାଗ ମିଳିତ ଭାବେ ଏହି ଅଗ୍ନି କାଣ୍ଡ ସମ୍ପର୍କରେ ତଦନ୍ତ କରୁଥିବା ପ୍ରକାଶ।

Leave a Reply

Your email address will not be published. Required fields are marked *