କିର୍ତ୍ତନ ଜରିଆରେ ପ୍ରଭୁ ଜଗନ୍ନାଥଙ୍କ ନାମର ପ୍ରଚାର

Spread the love

ପୁରୀ, (ନାଗରାଜ ନ୍ୟୁଜ): ଭାରତ ବର୍ଷ ଏକ ଆଧ୍ୟାତ୍ମିକ ଚିନ୍ତନର ଦେଶ । ତା’ ମଧ୍ୟରୁ ଉତ୍କଳ ଆଧ୍ୟାତ୍ମିକ ଚିନ୍ତନର ଶ୍ରେଷ୍ଠତମ ରାଜ୍ୟ କହିଲେ ଅତୁ୍ୟକ୍ତି ହେବ ନାହିଁ । ଭାରତବର୍ଷରେ ୪ଟି ଧାମ ରହିଛି । ତନ୍ମଧ୍ୟରୁ ଶ୍ରୀକ୍ଷେତ୍ର ଧାମ ଶ୍ରେଷ୍ଠ । ଯେଉଁ ଧାମରେ ଅଧିଷ୍ଠିତ ବିଶ୍ୱ ପ୍ରଭୁ ଶ୍ରୀ ଜଗନ୍ନାଥ । ଯାହାଙ୍କର ନାମ ଥରୁଟିଏ ନେଲେ ସାତ ଜନମର ପାପ ନାସ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଯାହାଙ୍କ କ୍ଷେତ୍ର ନୀଳାଚଳ ଧାମରେ ଥରୁଟିଏ ପାଦ ଦେଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ । ଆଜି ସମାଜରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମର ପ୍ରଚାର ଧୀରେ ଧୀରେ ଚାଲୁଥିବାବେଳେ ବାଲେଶ୍ୱର ଜିଲ୍ଲା ସୋରୋ ବ୍ଲକ ପନଦା ଗ୍ରାମର କିଛି ଜଗନ୍ନାଥ ପ୍ରେମୀ ପ୍ରଭୁଙ୍କର ଦାସଙ୍କର ଦାଶ ବୋଲି ପରିଚୟ ଦେଉଥିବାବେଳେ ଏକ ଅନୁଷ୍ଠାନ ଯାହାର ନାମ ଜଗନ୍ନାଥ ଦାସ ଦାସୀ ସମିତି ।

ଜଗନ୍ନାଥଙ୍କର ନାମ ଥିବା ଏକ ମନ୍ତ୍ର ସବୁଦିନେ ସନ୍ଧ୍ୟାବେଳେ ବସି ଜପ କରୁଥିବା ସହିତ ବିଭିନ୍ନ ସ୍ଥାନରେରେ ବୁଲି ବୁଲି ଏହି ମନ୍ତ୍ରକୁ ପ୍ରଚାର କରନ୍ତି । ଏହି ମନ୍ତ୍ରରେ ପ୍ରଭୁ ଜଗନ୍ନାଥଙ୍କ ନାମ ସହିତ ଶ୍ରୀ ରାଧାକୃଷ୍ଣ ସୀତାରାମ ଏବଂ ବାମନଙ୍କ ନାମ ମଧ୍ୟ ଯୋଡି ହୋଇ ରହିଛି । ଏବଂ ଏହି ମନ୍ତ୍ରଟିକୁ ମୁକ୍ତି ମନ୍ତ୍ର ବୋଲି ଏହି ସମିତି ଦାବି କରି ଆସୁଛି ।

Leave a Reply

Your email address will not be published. Required fields are marked *