ଆଦିବାସି କଲ୍ୟାଣ ସଂଘ ତରଫରୁ ବିକ୍ଷୋଭ

Spread the love

ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ଟିଟିଲାଗଡ଼ ଶାଖା ଆଦିବାସି କଲ୍ୟାଣ ସଂଘ ତରଫରୁ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ରାଜ୍ୟ ସରକାର ପୁଣି ଥରେ ଆଦିବାସୀଙ୍କ ସଂରକ୍ଷଣ ଲାଗୁ କରନ୍ତୁ ବୋଲି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ତଥା ରାଜନୈତିକ କ୍ଷେତ୍ରରେ ଥିବା ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବା ପ୍ରତିବାଦରେ ଆଜି ଟିଟିଲାଗଡ଼ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶିଙ୍କ ସଭାପତିତ୍ୱରେ ଟିଟିଲାଗଡ଼ ବ୍ଲକ ଅଞ୍ଚଳର ସମସ୍ତ ଆଦିବାସୀ ଏକଜୁଟ ହୋଇଥିଲେ। ଦିନ ବାରଟା ସମୟରେ ସମସ୍ତେ ହାଇସ୍କୁଲ ଖେଳ ପଡ଼ିଆରେ ଏକଜୁଟ ହେବା ପରେ ଆଦିବାସୀ ବେଶଭୂଷାରେ ସଜ୍ଜିତ ହୋଇ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବାଜାର ତାଳେ ତାଳେ ଗର୍ଜି ଉଠିଥିଲେ। ହଜାର ହଜାର ସଂଖ୍ୟାରେ ଆଦିବାସୀ ନିଜ ଖର୍ଚ୍ଚରେ ନିଜର ସାମ୍ବିଧାନିକ ହକ ମାଗିବାକୁ ଠୁଳ ହୋଇଥିଲେ । ହାଇସ୍କୁଲ ଖେଳ ପଡିଆରୁ ବାହାରି ସହର ପରିକ୍ରମା କରିବା ସମୟରେ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ସହ ସଭା ଆରମ୍ଭ କରିଥିଲେ ।

ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶି ଆଦିବାସୀଙ୍କ ସାମ୍ବିଧାନିକ ହକ ଫେରାଇ ଦିଆଯାଉ, ବଲାଙ୍ଗିର ଜିଲ୍ଲାପାଳ ସୁପ୍ରିମକୋର୍ଟ, ହାଇକୋର୍ଟ ଯାଇ ମାମଲା ଦାୟର କରିବାକୁ ଦେଇଥିବା ପରାମର୍ଶକୁ ନିନ୍ଦା କରିବା ସହ ଆଦିବାସୀ ମାନେ ଗରିବ, ସେମାନେ କେଉଁଠୁ ଟଙ୍କା ଆଣୀ ମକଦ୍ଦମା ରୁଜୁ କରିବେ ବୋଲି କହିବା ସହ ଦୀର୍ଘ କୋଡ଼ିଏ ବର୍ଷ ହେଲା ଏହି ବିଜେଡ଼ି ଦଳକୁ ଭୋଟ ଦେଇ ଆମେ ଜିତାଇଚୁ, ଏବେ ହଠାତ ଆମର ସଂରକ୍ଷଣ କାଟି ଦେବା କଣ ଠିକ୍ ? ଆଦିବାସୀ ମାନଙ୍କୁ ନିର୍ବାଚନ ପରେ ଅନ୍ୟ ସଂରକ୍ଷଣରୁ ବି ବାଦ ନ ଦେବେ କିଏ କହିପାରିବ ? ପଛୁଆ ଉପେକ୍ଷିତ ଥିବା ଆଦିବାସୀଙ୍କୁ ଭାରତୀୟ ସମ୍ବିଧାନର ଆର୍ଟିକଲ ୨୪୩ଡି ଲୋକସଭାରେ ସଂଶୋଧନ ହୋଇନାହିଁ କି ଓଡ଼ିଶା ବିଧାନସଭାରେ ସଂଶୋଧନ ହୋଇନାହିଁ, ସେହିପରି ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନରେ ଆଦିବାସୀ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବାକୁ କୌଣସି ନିୟମ ନାହିଁ , ସରକାରଙ୍କ ପଞ୍ଚାୟତ ରାଜ ବିଭାଗ ଭୁଲ କରିଛି, ସରକାର ତାଙ୍କ ତ୍ରୁଟି ସଂଶୋଧନ କରିବା ସହ ଆଦିବାସୀ ମାନଙ୍କୁ ରାଜନୈତିକ ପଦବୀରେ ସଂରକ୍ଷଣ ରଖି ସୁରକ୍ଷା ଦିଅନ୍ତୁ ବୋଲି ଦାବି କରିଥିଲେ । ଜିଲ୍ଳାୱ।ରୀ ଏବଂ ବ୍ଲକୱାରି ଜନସଂଖ୍ୟା ହିସାବରେ ପୂର୍ବପରି ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରନ୍ତୁ ନଚେତ ଆଦିବାସୀ ମାନେ ନିର୍ବାଚନ କରାଇ ଦେବୁ ନାହିଁ ବୋଲି ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶି, ଜିଲ୍ଲା କଲ୍ୟାଣ ସଂଘର କାର୍ୟ୍ୟକାରୀ ସଭାପତି ବନଲତା ମାଝି, ନୂଆପଡ଼ା ଆଦିବାସୀ କଲ୍ୟାଣ ସଂଘର ସଂପାଦକ ବାଳକୃଷ୍ଣ ଶବର, କରୁଣାକର ମାଝି, ବଲାଙ୍ଗିର ଜିଲ୍ଲା ସାଧାରଣ ସମ୍ପାଦକ ହେମେନ୍ଦ୍ର ହାଁସଦା, ପଦ୍ମନ ପ୍ରଧ।ନୀ, ଥବିର ପୁଝାରୀ ଏବଂ ଅନ୍ୟାନ୍ୟ ବହୁ ଆଦିବାସୀ ନେତା ଏବଂ ନେତ୍ରୀ ଗୀତାଞ୍ଜଳି ଭୋଇ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *