ବିଧାୟକ ଅତନୁ ସବ୍ୟସାଚୀଙ୍କୁ ଗିରଫ ଦାବୀରେ ’ଓସା’ର ତ୍ରୀଶୁଳିଆ ଛକରେ ବିକ୍ଷୋଭ

Spread the love

କଟକ:ସନ୍ଧ୍ୟାରେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀଙ୍କୁ ନାୟକଙ୍କୁ କେନ୍ଦ୍ରାପଡା ସୂଚନା ଅଧିକାର  କର୍ମୀ ତଥା ଦଳିତ ନେତା ରଞ୍ଜନ କୁମାର ଦାସଙ୍କ ହତ୍ୟା ଷହଯନ୍ତ୍ରରେ ସଂପୃକ୍ତ ଥିବା ଅଭିଯୋଗରେ ଦଳରୁ ବହିଷ୍କାର କରିବା ଓ   ଗିରଫ କରିବା ଦାବୀରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା) କଟକ ଜିଲ୍ଲା ସଂଗଠନ ତରଫରୁ ତ୍ରୀଶୁଳିଆ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ପ୍ରତିବାଦରେ ଅତନୁଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ହତ୍ୟାକାଣ୍ଡ ଘଟଟଣାର ସିବିଆଇ ତଦନ୍ତ ଦାବୀ ମଧ୍ୟ କରାଯାଇଛି।  ଓସାର ଜିଲ୍ଲା ସଂଯୋଜକ ଜିତେନ୍ଦର ସାହୁଙ୍କ ତତ୍ତ୍ବାବଧାନରେ ପ୍ରତିନିଧୀମାନେ ବାରଙ୍ଗ ଥନାକୁ ଯାଇ ବିଧାୟକ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ରାପଡା ଏସିପି ନିତିଶେଖରଙ୍କ ନାମରେ ଏତାଲା ଦେଇଛନ୍ତି।

Leave a Reply

Your email address will not be published. Required fields are marked *