ପାଚିକା ସହାୟିକାଙ୍କ ବାରଙ୍ଗ ବିଇଓ ଅଫିସ ସମ୍ମୁଖରେ ବିକ୍ଷୋଭ

Spread the love

ବାରଙ୍ଗ : ଏଆଇୟୁଟିୟୁସି ସହବନ୍ଧିତ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ସାରା ଓଡିଶା ଦାବି ସପ୍ତାହ ପାଳନ ଅବସରରେ ଆଜି ବାରଙ୍ଗ ଶିକ୍ଷା ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପାଚିକା-ସହାୟିକା ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୱରେ ଏକ ସ୍ମାରକପତ୍ର ବିଇଓଙ୍କୁ ପ୍ରଦାନ କରିଥିଲେ । ୨୦୦୯ ନଭେମ୍ବରରୁ ୨୦୧୨ ଏପ୍ରିଲ ପର୍ଯ୍ୟନ୍ତ କାମ କରିଥିବା ସମସ୍ତ ପାଚିକାମାନଙ୍କ ନିର୍ଭୁଲ ତାଲିକା ପ୍ରସ୍ତୁତ କରି ୨୮ ମାସର ବର୍ଦ୍ଧିତ ବକେୟା ପାରିଶ୍ରମିକ ଅବିଳମ୍ବେ ପ୍ରଦାନ କରିବା, ସରକାରଙ୍କ ଦ୍ୱାରା ଘୋଷିତ ୧୪,୩୭୯ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ଅବିଳମ୍ବେ ପ୍ରତ୍ୟାହାର କରିବା, ସ୍କୁଲ ବନ୍ଦ, ମିଶ୍ରଣ ଓ ପିଲା ସଂଖ୍ୟା କମ ପାଇଁ ବାଦ ପଡିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଯୁକ୍ତି କୁ ନିଶ୍ଚିତ କରିବା, କରୋନା ସମୟରେ ପ୍ରତିମାସ ନିୟମିତ ପାରିଶ୍ରମିକ ପ୍ରଦାନ କରିବା, ପାଚିକାମାନଙ୍କୁ କରୋନା ସହାୟତା ୧୦ ହଜାର ଟଙ୍କା ପ୍ରଦାନ କରିବା, ପାଚିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଓ ସର୍ବନିମ୍ନ ମାସିକ ମଜୁରୀ ୨୧ ହଜାର ଟଙ୍କା ପ୍ରଦାନ କରିବା, ସରକାରଙ୍କ ପ୍ରତିଶ୍ରୁତି ମୁତାବକ ପାଚିକାମାନଙ୍କୁ ୨୦୧୮ ଏପ୍ରିଲଠାରୁ ମାସିକ ୨ ହଜାର ଟଙ୍କା ବକେୟା ଭାବେ ପ୍ରଦାନ କରିବା ପ୍ରଭୃତି ୭ ଫା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇ ଏହାକୁ ଅବିଳମ୍ବେ ପୂରଣ କରିବାକୁ ଦାବି କରାଯାଇଥିଲା ଅନ୍ୟଥା ଆଗାମୀ ଦିନରେ ଆହୁରି ଶକ୍ତିଶାଳୀ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଥିଲା । ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘର କଟକ ଜିଲ୍ଲା କମିଟି ସଭାପତି ରାଜକିଶୋର ମଲ୍ଲିକଙ୍କ ନେତୃତ୍ୱରେ ଆନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ବାରଙ୍ଗ ବ୍ଲକ କମିଟି ସଭାପତି ମିନତୀ ସାହୁ ଓ ସମ୍ପାଦିକା ଲତା ପଣ୍ଡା ଙ୍କ ସମେତ ଶାନ୍ତିଲତା ସ୍ୱାଇଁ, କ୍ରିଷ୍ଣା ପୃଷ୍ଟି, ନୟନା ବେହେରା, ମାମିନା ଦାସ, ଟିକି ସ୍ୱାଇଁ, ବନିତା ସାହୁ ପ୍ରମୂଖ ଯୋଗ ଦେଇଥିଲେ । ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ ସଂହତି ପ୍ରକାଶ କରି ଚାଷୀ ନେତା ବସନ୍ତ ନାୟକ, ଏସୟୁସିଆଇ(ସି)ର ବାରଙ୍ଗ ଆଂଚଳିକ କମିଟି ସମ୍ପାଦକ ସିଦ୍ଧାର୍ଥ ରଥ, ଏଆଇଏମଏସଏସ ର ବାରଙ୍ଗ ସମ୍ପାଦିକା ଟିକା ସାମଲ, ଛାତ୍ର ନେତା ଭାଗ୍ୟଶ୍ରୀ ପ୍ରଧାନ ପ୍ରମୂଖ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରି ଆଗାମୀ ଦିନରେ ନିଜର ନ୍ୟାୟସଙ୍ଗତ ଦାବି ପୂରଣ ପାଇଁଶକ୍ତିଶାଳୀ ଆନ୍ଦୋଳନ କରିବାକୁ ପାଚିକା-ସହାୟିକା ମାନଙ୍କୁ ଆହ୍ୱାନ ଦେଇଥିଲେ

Leave a Reply

Your email address will not be published. Required fields are marked *