ନ୍ୟାସନାଲ ପେନସନ ସ୍କିମକୁ ବିରୋଧ କରି ପ୍ରତିବାଦ ସଭା

Spread the love

ପୁରୀ, (ନାଗରାଜ ନ୍ୟୁଜ): ଅଲ୍ ଇଣ୍ଡିଆ ରେଲୱେମେନ୍ସ ଫେଡେରେଶନ ନୂଆଦିଲ୍ଲୀର ଆହ୍ୱାନ କ୍ରମେ AIRF ସହ ଅନୁବନ୍ଧିତ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ୍ ର ମହାମନ୍ତ୍ରି ଶ୍ରୀ ପି କେ ପାଟସାହାନିଙ୍କ ନିର୍ଦ୍ଧେଶ କ୍ରମେ ପୁରୀ ଶାଖା ତରଫରୁ ଏକ ପ୍ରତିବାଦ ସଭା ସ୍ଥାନୀୟ ପୁରୀ କୋଚିଂ ରିପୋର୍ଟ କାର୍ଯ୍ୟ ଲୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଏନ୍ ପି ଏସ୍,( ନ୍ୟାସନାଲ ପେନସନ ସ୍କିମ) କୁ ବିରୋଧ । ୦୧.୦୧.୨୦୦୪ ପରଠୁ ଭାରତୀୟ ରେଳବାଇରେ ନିଯୁକ୍ତ ସମସ୍ତ କର୍ମଚାରୀଙ୍କୁ ଏନ୍ ପି ଏସ ବଦଳରେ ପୁରାତନ ପେନସନକୁ ଲାଗୁ କରିବା ଥିଲା ଏ ଧାରଣା ର ମୁଖ୍ୟ ଉଦ୍ଧେଶ୍ୟ । ଏହି ଧାରଣାରେ ବହୁ ରେଲୱେ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିବାଦ ସଭାରେ ପୁରୀ ଶାଖାର ସମ୍ପାଦକ ଶ୍ରୀ ଆମ୍ରିତ ମିଶ୍ର ଅଧ୍ୟକ୍ଷ ଶ୍ରୀ କେ ସି ରଥ କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀ କୈଳାଶ ପାତ୍ର, କୋଷାଧ୍ୟକ୍ଷ ଶ୍ରୀ ଧର ସାହୁ, ଶମ୍ଭୁନାଥ ପଶ୍ୱନ୍, ଅଭୟ ସାହୁ, ଭୀମସେନ ରାଉତ, ଶଶିକାନ୍ତ ମିଶ୍ର, ନିରଞ୍ଜନ ସାହୁ, ଉମାକାନ୍ତ ଦାସ, ସମେତ ସଂସ୍ଥାର ବହୁ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। ଶେଷରେ ରେଳ ମନ୍ତ୍ରାଳୟ ଚେୟାରମେନ ତଥା ସି ଇ ଓ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ସିନିୟର୍ କୋଚିଂ ଡିପୋଟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *