ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟକୁ ୟୁନିଭର୍ସିଟି ମାନ୍ୟତା ଦେବାରେ ଟାଳଟୁଲ ନିତୀକୁ ନେଇ ବିକ୍ଷୋଭ

Spread the love


ବଲାଙ୍ଗିର, (ବନଲତା ମାଝି):‌ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ କରିବାକୁ ୟୁଜିସିର ପ୍ରତ୍ୟାଖ୍ୟାନ ବିରୁଦ୍ଧରେ ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କୁଳପତିଙ୍କୁ ଦେଖା କରିବା ସହ ଏକ ଦାବୀପତ୍ର ପ୍ରଦାନ କରିଛି । ଯଥା ଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଛାତ୍ର କଂଗ୍ରେସ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବା ନେଇ କଂଗ୍ରେସ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚେତାଇ ଦେଇଛି । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଆଜି ପୂବାହ୍ନରେ ଏକ ପ୍ରତିନିଧି ଦଳ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଉମା ବଲ୍ଲଭ ମହାପାତ୍ର ସହ ଦେଖା କରିବା ସହ ଏହି ସମସ୍ୟା ବିଷୟରେ ସବିଶେଷ ଅଲୋଚନା କରିଥିଲେ ।

ଗତ ବର୍ଷ ରାଜ୍ୟ ସରକାର ରାଜେନ୍ଦ୍ର କଲେଜକୁ ବିଦ୍ୟାଳୟ ମାନ୍ୟତା ଦେଇଥିଲେ । କିନ୍ତୁ, ସରକାର ବିଧାନ ସଭାରେ ଏହାକୁ ବିଧିବଦ୍ଧ ଭାବେ ଆଇନ ପାସ କରି ନଥିବା ଦର୍ଶାଇ ୟୁଜିସି ରାଜେନ୍ଦ୍ର କଲେଜକୁ ବିଶ୍ୱ ବିଦ୍ୟାଳୟ ତାଲିକାରେ ସାମିଲ କରିବାରୁ ପ୍ରତ୍ୟାଖ୍ୟାନ କରିଛି । ଏ ସଂକ୍ରାନ୍ତରେ ଗତ ବର୍ଷ ଡିସେମ୍ବର ମାସରେ ୟୁଜିସି ପକ୍ଷରୁ ଏକ ଚିଠି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ତା’ ସତ୍ୱେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ଆଖି ଦୃଶିଆ ପଦ କ୍ଷେପ ଗ୍ରହଣ କରା ନଯିବା ନେଇ ଛାତ୍ର କଂଗ୍ରେସ କ୍ଷୋଭ ପ୍ରକାଶ କରିଥିଲା । ତେବେ ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ କରିବା ସହିତ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ତାଲିକାରେ ସାମିଲ କରି ଏହାର ଉନ୍ନତି ଦିଗରେ କାମ କରା ନଗଲେ ଛାତ୍ର କଂଗ୍ରେସ ତୀବ୍ର ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଥିଲା ।

ତେବେ ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି । ଏହି ଘଟଣାରେ ରାଜ୍ୟ ସରକାରଙ୍କ ତରଫରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଥିବା ବେଳେ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି କୁଳପତି ଛାତ୍ର କଂଗ୍ରେସକୁ ପ୍ରତିଶୃତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର କଂଗ୍ରେସ ସଭାପତି ମନୀଷ ମିଶ୍ର, ପ୍ରଫୁଲ୍ଲ ମିଶ୍ର, ଅସିତ ମିଶ୍ର, ପ୍ରେମ ପ୍ରକାଶ ମିଶ୍ର, ସୁମିତ ପ୍ରଭାକର ସହିତ ଅଙ୍କିତ ସାହୁ, ସନତ ପ୍ରଧାନ, ଅଜିତ ମହାନନ୍ଦ, ଟୁଲୁ ସେନ, କ୍ରିଷ୍ଣା ପାତ୍ର ଓ ଅଞ୍ଚଲ ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ ।କରିଥିଲେ । ଗତ ବର୍ଷ ରାଜ୍ୟ ସରକାର ରାଜେନ୍ଦ୍ର କଲେଜକୁ ବିଦ୍ୟାଳୟ ମାନ୍ୟତା ଦେଇଥିଲେ । କିନ୍ତୁ, ସରକାର ବିଧାନ ସଭାରେ ଏହାକୁ ବିଧିବଦ୍ଧ ଭାବେ ପାସ କରି ନଥିବା ଦର୍ଶାଇ ୟୁଜିସି ରାଜେନ୍ଦ୍ର କଲେଜକୁ ବିଦ୍ୟାଳୟ ତାଲିକାରେ ସାମିଲ କରିବାରୁ ପ୍ରତ୍ୟାଖ୍ୟାନ କରିଛି ।

ଏ ସଂକ୍ରାନ୍ତରେ ଗତ ବର୍ଷ ଡିସେମ୍ବର ମାସରେ ୟୁଜିସି ପକ୍ଷରୁ ଏକ ଚିଠି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ତା’ ସତ୍ୱେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ଆଖି ଦୃଶିଆ ପଦ କ୍ଷେପ ଗ୍ରହଣ କରା ନଯିବା ନେଇ ଛାତ୍ର କଂଗ୍ରେସ କ୍ଷୋଭ ପ୍ରକାଶ କରିଥିଲା । ତେବେ ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ କରିବା ସହିତ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ତାଲିକାରେ ସାମିଲ କରି ଏହାର ଉନ୍ନତି ଦିଗରେ କାମ କରା ନଗଲେ ଛାତ୍ର କଂଗ୍ରେସ ତୀବ୍ର ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଥିଲା । ତେବେ ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି ।

ଏହି ଘଟଣାରେ ରାଜ୍ୟ ସରକାରଙ୍କ ତରଫରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଥିବା ବେଳେ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି କୁଳପତି ଛାତ୍ର କଂଗ୍ରେସକୁ ପ୍ରତିଶୃତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର କଂଗ୍ରେସ ସଭାପତି ମନୀଷ ମିଶ୍ର, ପ୍ରଫୁଲ୍ଲ ମିଶ୍ର, ଅସିତ ମିଶ୍ର, ପ୍ରେମ ପ୍ରକାଶ ମିଶ୍ର, ସୁମିତ ପ୍ରଭାକର ସହିତ ଅଙ୍କିତ ସାହୁ, ସନତ ପ୍ରଧାନ, ଅଜିତ ମହାନନ୍ଦ, ଟୁଲୁ ସେନ, କ୍ରିଷ୍ଣା ପାତ୍ର ଓ ଅଞ୍ଚଲ ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *