୪ ଦମ୍ପତିଙ୍କୁ ବିବାହ ସହାୟତା ପ୍ରଦାନ

Spread the love

ପୁରୀ, (ନାଗରାଜ ନ୍ୟୁଜ): ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ଯଦି ଜଣେ ସାବାଳକ ଭିନ୍ନକ୍ଷମ ବ୍ୟକ୍ତି ଜଣେ ସକ୍ଷମ ବ୍ୟକ୍ତି ଙ୍କୁ ବିବାହ କରେ ତେବେ ତାଙ୍କୁ ବିବାହ ସହାୟତା ପ୍ରଦାନ କରାଯିବ। ସେହି ଆଧାର ରେ ମଗଂଳବାର ଦିନ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସମର୍ଥ ବର୍ମା ୪ ଦମ୍ଫତ୍ତି ଙ୍କୁ ସହାୟତା ବାବଦରେ ୨ ଲକ୍ଷ ୫୦ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିଥିଲେ। ଏହି ଯୋଜନା କୁ ଅଧିକ ପ୍ରଚାର ପ୍ରସାର କରି ପ୍ରକୃତ ହିତାଧିକାରୀ ଙ୍କୁ ସଚେତନ କରାଇ ଉପକୃତ କରାଇବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ। ଏହି ସହାୟତା ପ୍ରଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଦିଲ୍ଲୀପ କୁମାର ମହାପାତ୍ର, ଉପଜିଲ୍ଲାପାଳ ଭବ ତରଣ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଦମ୍ଫତ୍ତି ମାନେ ହେଲେ ସତ୍ୟବାଦୀ ବ୍ଲକ ଅଚଂଳ ର ସୁଶାନ୍ତ କୁମାର ଦାସ ଓ ପେପସୀ ମହାପାତ୍ର, ବ୍ରହ୍ମଗିରି ବ୍ଲକ ଅଚଂଳ ର କ୍ଷେତ୍ରବାସୀ ସେଠୀ ଓ ଭାନୁ ସେଠୀ, ବିଜୟ କୁମାର ବେହେରା ଓ ଗୁରୁବାରୀ ବେହେରା, ବସନ୍ତ କୁମାର ପ୍ରଧାନ ଓ ସତ୍ୟଭାମା ଜେନା।

Leave a Reply

Your email address will not be published. Required fields are marked *