କ୍ରସରକୁ ନେଇ ଜନ ଅସନ୍ତୋଷ, ଭୟରେ ବସ୍ତି ବାସିନ୍ଦା

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): କ୍ରସରକୁ ନେଇ ତେଜୁଛି ଅସନ୍ତୋଷ ଆଗକୁ ହେବ ଜନ ଆନ୍ଦୋଳନ ବୋଲି କହିଲେ ସ୍ଥାନୀୟ ବାସିନ୍ଦା।ଭୂମିହୀନ ଆଦିବାସୀ ଙ୍କୁ ଘରଡିହ ପଟ୍ଟା ଦେଲେ ହେଲେ ରାସ୍ତା ଦେଲେ ନାହିଁ ତେଣୁ ଘର କରି ପାରିଲେ ନାହିଁ। ଆଉ ଏବେ ସେହି ଘରଡିହ ମଧ୍ୟରେ ଥିବା କ୍ରସର କୁ ମିଳୁଛି ରାସ୍ତା।ଆମେ କହୁଛୁ ଢ଼େଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ନିହଲପ୍ରସାଦ ଓ ଵେଗା ଗ୍ରାମପଞ୍ଚାୟତ ର ନୁଆକଷ୍ଟିପାଳ ଏବଂ ଶ୍ରୀମନ୍ତପୁର ଗ୍ରାମ ରେ ଗଢ଼ି ଉଠିଥିବା ଏକ କ୍ରସର ବିଷୟରେ । ଏଠାରେ ସମସ୍ତ ନିୟମକୁ ଦଳିମକଚି ଚନ୍ଚକତା କରି ପ୍ରଶାସନ ଠାରୁ ଅନୁମତି ଆଣିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। କ୍ରସର ଠାରୁ ମାତ୍ର ଦୁଇଶହ ରୁ ତିନିଶହ ମିଟର ପରିଧି ମଧ୍ୟରେ କଷ୍ଟିପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଶ୍ରୀମନ୍ତପୁର ବସ୍ତି ସହ ଏକ ପୁଷ୍କରିଣୀ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟ ହେଲା ଗେଲ (Gas Authority of India Limited) ର ଏକ ଗ୍ୟାସ୍ ପାଇପ୍ ଲାଇନ କ୍ରସର ମଧ୍ୟରେ ଯାଇଥିବା ବେଳେ ସେଠାରୁ କିଛି ମିଟର ଦୂରରେ ବିସ୍ପୋରକ ଦ୍ୱାରା ବିସ୍ପୋରଣ କରାଯାଉଅଛି। ବିସ୍ପୋରଣ ସମୟରେ ପାଖରେ ଥିବା ଘର ଗୁଡ଼ିକ ଥରି ଯାଉଛି ଯାହା ଫଳରେ ବସ୍ତିର ଲୋକମାନେ ଭୟଭୀତ ହେଉଥିବା କହିଛନ୍ତି। ପ୍ରଶାସନ ସମସ୍ତ ତଥ୍ୟ ପ୍ରତି ଧ୍ୟାନ ପୁର୍ବକ ପୁନଃ ବିଚାର କରିବା ପାଇଁ ସାଧାରଣ ରେ ଦାବି ହେଉଛି। ନହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି କହିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଏଠି ପ୍ରଶ୍ନ ଉଠୁଛି କ୍ରସର କୁ ଅନୁମତି ମିଳିଲା କେମିତି l ଏବଂ ଦେଖିବାକୁ ବାକିରହିଲା ଆଗକୁ ନିରୀହ ଆଦିବାସୀ ମାନଙ୍କୁ ନ୍ୟାୟ କିପରି ମିଳୁଛି .

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *