ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପାର୍ଶ୍ୱରେ ସର୍ବସାଧାରଣଙ୍କ ରାସ୍ତା କାମରେ ବାଧା ସୃଷ୍ଟି

Spread the love

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲାର ମାଟିଆପଡା ସ୍ଥିତ ମଧୁବନ ୩୦ ନଂ ୱାର୍ଡ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପଶ୍ଚିମ ପଟ ତୁଠକୁ ଲାଗି ରାସ୍ତାକୁ ଅକ୍ଷୟ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତି ଚଞ୍ଚକତା କରି ହାଲ ରେକର୍ଡରେ ନିଜ ନାମରେ କାଗଜପତ୍ର କରି ଅଛନ୍ତି । ଉକ୍ତ ରାସ୍ତାଟି ସର୍ବସାଧାରଣଙ୍କ ରାସ୍ତା ହୋଇଥିବା ବେଳେ, ସେ ବ୍ୟକ୍ତି ଜଣକ ନିଜର ବ୍ୟକ୍ତିଗତ ଜାଗା ବୋଲି କହୁଛନ୍ତି । କିନ୍ତୁ ସେହି ରାସ୍ତାଟି ସାବକ ଖାତାରେ ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ବେଳେ ଏବଂ ତହସିଲ ଅମିନ ଓ ପୌର ସଂସ୍ଥା ଅମିନ ଏହି ରାସ୍ତା ମାପ କରି ସର୍ବସାଧାରଣ ରାସ୍ତା ବୋଲି ଦର୍ଶାଇଥିବାବେଳେ, ଜମି ମାଫିଆ ଜଣକ କିଭଳି ଭାବରେ ତାଙ୍କ ନିଜ ନାମରେ ରେକର୍ଡ କରାଇଛନ୍ତି ।

ଯାହାଦ୍ବାରାକି ପଞ୍ଚତୀର୍ଥ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ତୁଠ ରାସ୍ତାକୁ ବ୍ୟବହାର କରୁଥିବା ସାହି ବାସିନ୍ଦା ତଥା ଅନ୍ୟ ଶ୍ରଦ୍ଧାଳୁମାନେ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ପୁରୀ ପୌରସଂସ୍ଥା ସେହି ସର୍ବସାଧାରଣ ରାସ୍ତାକୁ କଂକ୍ରିଟ୍ ରାସ୍ତା ନିର୍ମାଣ କରିବାକୁ ଆଦେଶ ଦେଇଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ରାସ୍ତା କାର୍ଯ୍ୟକୁ ବନ୍ଦ କରାଉଛନ୍ତି କିପରି ? ଯାହାଦ୍ବାରାକି ସର୍ବସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ସେହି ରାସ୍ତାଟିକୁ ପୁରୀ ଜିଲ୍ଲା ପ୍ରଶାସନ କଂକ୍ରିଟ ରାସ୍ତା ରେ ପରିଣତ କରି ଏକ ନୂଆ ରୂପ ରେ ପୁନରୁଦ୍ଧାର କରି ସର୍ବସାଧାରଣଙ୍କ ରାସ୍ତା ନିର୍ମାଣ ନିମନ୍ତେ ପୌର ସଂସ୍ଥାକୁ ହସ୍ତାନ୍ତର କରିବା ପାଇଁ ଆଜି ସର୍ବସାଧାରଣରେ ଦାବୀ ଉପସ୍ଥାପନା କରାଯାଇଛି l ଆଜିର ଏହି ଦାବି ରେ ଜୟ କ୍ରିଷ୍ଣା ପ୍ରଧାନ, ସୁବାଷ ଚନ୍ଦ୍ର ପଣ୍ଡା, ଗୁରୁ ପ୍ରସାଦ ପାଞ୍ଜା, ଦିଲ୍ଲୀପ କୁମାର ସାହୁ, ଅନିତା ସିହ୍ନା, ସତ୍ୟଭମା ଦାଶ, ଚନ୍ଦା ଦେଇ, ମଞ୍ଜୁଵାଲା ସାହୁ, ସସ୍ମିତା ପ୍ରଧାନ, ନୁପୂତ ଦଳାଇ, ଚନ୍ଦ୍ରମଣୀ ନାୟକ, କେନ୍ଦୁନି ସାହୁ, ରମା ଦଳାଇ ପ୍ରମୁଖ ଏହି ଦାବି ରେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *